ଖୋର୍ଦ୍ଧା: ଡକାୟତି ଯୋଜନା ପଣ୍ଡ,୭ଡକାୟତଙ୍କୁ ଧରିଲା ଟାଉନଥାନା ପୋଲିସ

ଖୋର୍ଦ୍ଧା(କେନ୍ୟୁଜ୍): ଖୋର୍ଦ୍ଧା ଟାଉନଥାନା ଅନ୍ତର୍ଗତ ମୁକୁନ୍ଦପ୍ରସାଦ ଗୋଶାଳା ପଡିଆ ନିକଟ ଏକ ପରିତ୍ୟକ୍ତ ଘରେ ଆଜି ସକାଳେ ଡକାୟତି ଯୋଜନା ପ୍ରସ୍ତୁତି କରୁଥିବା ବେଳେ ୭ଡକାୟତଙ୍କୁ ମାଡି ବସିଲା ଟାଉନଥାନା ପୋଲିସ। ସେମାନଙ୍କ ନିକଟରୁ ଗୋଟିଏ ଖଣ୍ଡା,ଗୋଟିଏ ଫାରସା,ଦୁଇ ଗୋଟି ଚାପଡ,୩ଗୋଟି ଆଇରନ ରଡ,୪ଗୋଟି ଟର୍ଚ୍ଚ ଲାଇଟ,ଗୋଟିଏ ନକ୍ସା ଓ ୨ଗୋଟି ବାଇକ ଜବତ କରିଛି ପୋଲିସ।

ଗିରଫ ଡକାୟତ ମାନେ ହେଲେ ଜଟଣୀ ଥାନା ବେଣାପଂଜୁରୀ ଗ୍ରାମର ଏସକେ ଇବାଦୁଲା,ଏସକେ ୟୁସୁଫ ,ଟାଉନଥାନା ଅଞ୍ଚଳର ମଇନ ବେହେରା,ସନ୍ତୋଷ ସାହୁ,ଦିପୁ ପରିଡା ଓ ବିପିନ ବେହେରା ଏବଂ ଚନ୍ଦକା ଅଞ୍ଚଳର ବିକାଶ ବେହେରା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.