ବାଲେଶ୍ବରରେ ଡକାୟତ ଗ୍ୟାଙ୍ଗର ୫ ଗିରଫ, ବିଭିନ୍ନ ଥାନାରେ ରହିଛି ମାମଲା

ବାଲେଶ୍ବରରେ ବଡ଼ ଧରଣର ଡକାୟତ ଗ୍ୟାଙ୍ଗ ଗିରଫ। ଗ୍ୟାଙ୍ଗର ୫ ଡକାୟତ ଗିରଫ ହୋଇଥିବା ବେଳେ ୩ଜଣ ଅଛନ୍ତି ନାବାଳକ। ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ମଧ୍ୟ ଜଣେ ନାବାଳକ। ଏହି ନାବାଳକଙ୍କ ନାଁରେ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି।

ବାଲେଶ୍ବର : ବାଲେଶ୍ବରରେ ବଡ଼ ଧରଣର ଡକାୟତ ଗ୍ୟାଙ୍ଗ ଗିରଫ। ଗ୍ୟାଙ୍ଗର ୫ ଡକାୟତ ଗିରଫ ହୋଇଥିବା ବେଳେ ୩ଜଣ ଅଛନ୍ତି ନାବାଳକ। ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ମଧ୍ୟ ଜଣେ ନାବାଳକ। ଏହି ନାବାଳକଙ୍କ ନାଁରେ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି।

ଗତ କିଛିଦିନ ଧରି ଏମାନେ ବାଲେଶ୍ଵର ସହର ଓ ଆଖପାଖ ଅଞ୍ଚଳରେ ଆତଙ୍କ ମଚାଇ ପୋଲିସର ନିଦ ହଜାଇ ଦେଇଥିଲେ। କିଛି ଦିନ ତଳେ ଜଣେ ମାଛ ବ୍ୟବସାୟୀଙ୍କୁ ଲୁଟ କରିବାକୁ ଟାର୍ଗେଟ୍ କରିଥିଲେ ବିଫଳ ହୋଇଥିଲେ।

ଡକାୟତ ଭୟରେ ମାଛ ବ୍ୟବସାୟୀଙ୍କ ବାଇକ ଗଛରେ ପିଟି ହୋଇଥିଲା ଆଉ ତାଙ୍କର ମୃତ୍ୟୁ ଘଟିଥିଲା। କିଛିଦିନ ପରେ ପୁଣି ଜଣେ ମାଛ ବ୍ୟବସାୟୀଙ୍କ ଗାଡ଼ିକୁ ଅଟକାଇ ଆକ୍ରମଣ କରି ଲୁଟ କରିଥିଲେ। ପୋଲିସରେ ଅଭିଯୋଗ ପରେ ଆରମ୍ଭ ହୋଇଥିଲା ତନାଘନା। ଶେଷରେ ୫ଜଣଙ୍କୁ ଗିରଫ କରିଛି ପୋଲିସ। ବାଲେଶ୍ଵର ସହର ଓ ଆଖପାଖ ଅଞ୍ଚଳରେ ୯ଟି ବିଭିନ୍ନ ଅପରାଧିକ ମାମଲାରେ ଏମାନେ ସଂପୃକ୍ତ ରହିଥିବା ଜଣାପଡ଼ିଛି।

Leave A Reply

Your email address will not be published.