ବିଚ୍ ରାସ୍ତା ଉପରେ ଦାଦାଗିରି, ଭାଇରାଲ୍ ହେଲା ଭିଡିଓ

ସୋର: ମଦ ଦୋକାନ ନେବାକୁ ନେଇ ପ୍ରଥମେ କିଛି ଦିନ ତଳେ ହୋଇଥିଲା ଗଣ୍ଡଗୋଳ । ଆଉ ଗଣ୍ଡଗୋଳ ଘଟଣାର ଦୁଇ ଦିନ ପରେ ବିଚ୍ ରାସ୍ତା ଉପରେ ଦବଦବା ଦେଖାଇ ମଣିଷକୁ ହାଣିଲେ ଆଉ ଗାଡିକୁ ବି । ଶହଶହ ଲୋକଙ୍କ ଯାତାୟାତ ରାସ୍ତାରେ କଟୁରୀ ଧରି ଆସିଲେ କିଛି ଦୁର୍ବୁତ୍ତ । ବିଚ୍ ରାସ୍ତା ଉପରେ କାରକୁ ଚୋଟ ଉପରେ ଚୋଟ ମାରି ଭାଙ୍ଗି ରୁଜି ଚୂରମାର୍ କରିଦେଲେ । ଯାହାର ଭିଜୁଆଲ୍ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ସୂଚନା ମୁତାବକ, ବାହାନଗା ବଜ଼ାରରେ ଗତ ଶୁକ୍ରବାର ରାତିରେ ୧୦ରୁ ଅଧିକ ଯୁବକଙ୍କ ଆକ୍ରମଣରେ ତିନି ଜଣ ଗୁରୁତର ଆହତ ହୋଇଥିଲେ । ବାରିକପୁର ସରକାରୀ ମଦ ଦୋକାନ ନେବାକୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠି ଖଣ୍ଡା ଭୁଜାଲି ଆକ୍ରମଣରେ ପଥରପେଣ୍ଠ ଗ୍ରାମର କାଳନ୍ଦୀ ସାହୁ,ପାଟଣା ଗ୍ରାମର ପୂର୍ବତନ ସରପଞ୍ଚ ଦେବାନନ୍ଦ ସାହୁ ଓ ମାନସ କୁମାର ମହାପାତ୍ର ଗୁରୁତର ହୋଇଥିବା ଜଣାପଡିଛି ।

ତେବେ ଏହି ଘଟଣାରେ ପଥର ପେଣ୍ଠ ଗ୍ରାମର ପ୍ରକାଶ ସାହୁ ସୋର ଥାନାରେ ଅଭିଯୋଗ କରିବା ପରେ ସୋର ପୋଲିସ୍ ତଦନ୍ତ କରି ଗତ ଶନିବାର ଜ୍ୟୋତିଷ ରଞ୍ଜନ ବେହେରା, ଜ୍ଞାନରଞ୍ଜନ ସ, ଶିଶିର କୁମାର ଦାସ ଓ ସନ୍ତୋଷ ବାରିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ହେଲେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସୋର ପୋଲିସକୁ କୋର୍ଟକୁ ହସ୍ତାନ୍ତର କରିଥିବା ବେଳେ ଅପରାଧ ଘଟଇଥିବା ଏହି ଅପରାଧୀମାନେ କୁଆଡେ ଖସି ଯାଇଛନ୍ତି । ପୋଲିସ୍ ହେପାଜତରୁ ଚାରି ଚାରି ଜଣ ଦୁର୍ବୁତ୍ତ କେମିତି ଖସିଗଲେ ତାହା ଏବେ ପୋଲିସ୍ ର ପାରିବାପଣିଆ ଉପରେ ଏକ ବିରାଟ ପ୍ରଶ୍ନ ସୃଷ୍ଟି କରିଛି । ଏପଟେ ଅପରାଧୀଙ୍କୁ ଖୋଜି ଖୋଜି ଧରି ପାରୁନାହିଁ ପୋଲିସ୍ । ତେବେ ଘଟଣାକୁ ନେଇ ପୋଲିସ୍ ର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ତେବେ ଆଜିକାଲି ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । କେଉଁଠି ଲୁଟପାଟ୍ ତ ଆଉ କେଉଁଠି ଗୁଳିକାଣ୍ଡ ଆଉ କେଉଁଠି ହଣାକଟା । ସତେ ଯେପରି ପୋଲିସ୍ ହାତବାନ୍ଧି ବସିଛି । ଆଉ ଅପରାଧୀ ଅପରାଧ କରି ଖୁଲମଖୁଲା ବୁଲୁଛନ୍ତି । ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ଉଚିତ ପଦକ୍ଷପ ଗ୍ରହଣ କରିବାକୁ ଦାବି ଯୋଗ ଧରିଛି ।

 

 

You might also like