ନବରଙ୍ଗପୁର: ଚେନ୍ନାଇ ଯାଉଥିବା ୩୨ଜଣ ଦାଦନ ଶ୍ରମିକଙ୍କୁ ବସରୁ ଉଦ୍ଧାର କଲା ପୋଲିସ

ନବରଙ୍ଗପୁର(କେନ୍ୟୁଜ୍): ଦାଦନ ଖଟିବାକୁ ଯାଉଥିବା ୩୨ଜଣ ଶ୍ରମିକଙ୍କୁ ଉଦ୍ଧାର କଲା ନବରଙ୍ଗପୁର ଟାଉନଥାନା ପୋଲିସ। ଶ୍ରମିକଙ୍କ ମଧ୍ୟରେ ୯ଜଣ ଝିଅ ଓ ୨୩ଜଣ ପୁଅ ଥିବା ବେଳେ ଅଧିକାଂଶ ନାବାଳକ, ନାବାଳିକା ରହିଛନ୍ତି। ଛତିଶଗଡ଼ରୁ ଆନ୍ଧ୍ରପ୍ରଦେଶ ଯାଉଥିବା ଏକ ବସରୁ ଏମାନଙ୍କୁ ଉଦ୍ଧାର କରାଯାଇଛି। ଶ୍ରମିକମାନଙ୍କ ଘର କେଣ୍ଡା ଗାଁ ହୋଇଥିବ ବେଳେ ସେମାନଙ୍କୁ କାମ ପାଇଁ ଚେନ୍ନାଇ ପଠାଯାଉଥିବା ଜଣାପଡ଼ିଛି। ଏହି ଘଟଣାରେ ପୋଲିସ ୨ଜଣ ଦଲାଲଙ୍କୁ ଗିରଫ କରାଯାଇଛି। ଉଦ୍ଧାର ଦାଦନଙ୍କୁ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.