ପୁଣି ୧ ପ୍ରତିଶତ ଉପରେ ଦୈନିକ ସଂକ୍ରମଣ: ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୩୪ କରୋନା ପଜିଟିଭ୍‌ ଚିହ୍ନଟ, ୪ ମୃତ

ଭୁବନେଶ୍ୱର (କେନ୍ୟୁଜ ):ରାଜ୍ୟରେ ପୁଣି ୧ ପ୍ରତିଶତ ଉପରେ ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ଆଉ ୭୩୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି ପଜିଟିଭ୍‌ ହାର ରହିଛି ୧.୦୫ ପ୍ରତିଶତ । ୭୩୪ ସଂକ୍ରମିତଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୧୦୧ ଜଣ । ଆଜି ଖୋର୍ଦ୍ଧାରୁ ୩୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ ଖୋର୍ଦ୍ଧା ଜିଲ୍ଲାକୁ ବାଦ୍‌ ଦେଇ ଅନ୍ୟ ସବୁ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ ।

୨୪ ଘଣ୍ଟାରେ ୬୯ ହଜାର ୩୨୬ କୋଭିଡ୍‌ ଟେଷ୍ଟିଂ ହୋଇଛି। ରାଜ୍ୟରେ ଏବେ ଆକ୍ଟିଭ୍‌ କେସ୍‌ ରହିଛି ୫ ହଜାର ୫୨୧ ରହିଛି । ଅନ୍ୟପଟେ ଆଜି ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଇଛି କରୋନା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.