ପ୍ଲାଟ୍ୟୁରେ ପହଞ୍ଚିଲାଣି କି ରାଜ୍ୟରେ କୋଭିଡ୍‌ ସଂକ୍ରମଣ? ସପ୍ତାହେ ମଧ୍ୟରେ ରାଜ୍ୟରେ ଦୈନିକ ସଂକ୍ରମଣ ସ୍ଥିର

ଭୁବନେଶ୍ବର: ପ୍ଲାଟ୍ୟୁରେ ପହଞ୍ଚିଲାଣି କି ରାଜ୍ୟରେ କୋଭିଡ୍‌ ସଂକ୍ରମଣ। ସପ୍ତାହେ ମଧ୍ୟରେ ରାଜ୍ୟରେ ଦୈନିକ ସଂକ୍ରମଣ ୬ରୁ ସାଢେ ୬ହଜାର ଭିତରେ ରହୁଛି। ନା ଦ୍ରୁତ ଗତିରେ ବଢୁଛି ନା କମୁଛି। ଏପ୍ରିଲ ୨୨ରେ ୬୧୬୪, ଏପ୍ରିଲ ୨୩ରେ ୬ହଜାର ୨୧୫, ଏପ୍ରିଲ ୨୪ରେ ୬ହଜାର ୬୪୭, ଏପ୍ରିଲ ୨୫ରେ ୬ ହଜାର ୧୧୬ ଓ ଏପ୍ରିଲ ୨୬ରେ ୬ହଜାର ୫୯୯ ସଂକ୍ରମିତ ହୋଇଛି।

ପ୍ଲାଟ୍ୟୁ ଅର୍ଥାତ ଏକ ସମତଳ ସ୍ଥିତିରେ ପହଞ୍ଚିଛି ଦୈନିକ ସଂକ୍ରମଣ ସଂଖ୍ୟା। ମହାମାରୀ ସବୁବେଳ ଏକ ନିର୍ଦ୍ଦିଷ୍ଟ ପ୍ଲାଟ୍ୟୁରେ ପହଞ୍ଚିବା ପରେ କମିଥାଏ। ମେ ୧୫ ଯାଏ ସଂକ୍ରମଣ ବଢିବା ଅନୁମାନ କରାଯାଉଛି। ବର୍ତ୍ତମାନ ରାଜ୍ୟରେ ରେଡ୍‌ ଜୋନ୍‌ରେ ୧୫ ଜିଲ୍ଲା। ମୋଟ ଆକ୍ଟିଭ୍‌ କେସ୍‌ର ୮୦% ଏହି ଜିଲ୍ଲାଗୁଡିକରେ ରହିଛି। ତେଣୁ ଆଗକୁ ସଂକ୍ରମଣ କମିବା ସମ୍ଭାବନା ରହିଛି। ସେପଟେ ନିୟମ ମାନିଲେ ବିନା ଲକ୍‌ଡାଉନରେ କୋଭିଡ୍‌କୁ ହରାଇହେବ ବୋଲି ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.