Categories: ରାଜ୍ୟ

ଡାଏରୀ ଖୋଲିବ ଗୁମର ! ଟିଟୋ ଘରୁ ଜବତ ତଥ୍ୟ ଏବେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ହାତରେ

ଭୁବନେଶ୍ବର : ଡାଏରୀ ଖୋଲିବ ଗୁମର । ଟିଟୋ ସାମ୍ରାଜ୍ୟର ତଥ୍ୟ ଏବେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ହାତରେ ।  ଟିଟୋ ଘରୁ ଜବତ ହୋଇଥିବା ଏହି ଡାଏରୀରେ ରହିଛି ବେନଜୀର ଇନଫ୍ରା ପ୍ରାଇଭେଟ୍‌ ଲିମିଟେଡ୍‌ର ଲୋଗୋ । ଗ୍ୟାଙ୍ଗଷ୍ଟର ଟିଟୋ ସହ କାହାର କ’ଣ ସମ୍ପର୍କ? କିଏ କେତେ ଟଙ୍କା ନେଇଛି? କାହା ପାଖରୁ ଟେଣ୍ଡର ଫିକ୍ସିଂ ବାବଦରେ କେତେ ଟଙ୍କା ଆସିଛି? ବାଲିଘାଟ ନିଲାମ ବେଳେ କେତେ ଟଙ୍କା ଆଦାୟ ହୁଏ? ଏଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି ଡାଇରୀ ଭିତରେ । କେବଳ ସେତିକି ନୁହେଁ, ଡାଏରୀରେ ରହିଛି ଏକାଧିକ ରାଜନେତା, ପୋଲିସର ନାମ ଓ ଠିକଣା । ଯାହାକୁ ନେଇ ଏବେ ଏସଟିଏଫ୍‌ ଆରମ୍ଭ କରିଛି ଖୋଳତାଡ।

ଟିଟୋର ବ୍ୟବସାୟିକ ଅନୁଷ୍ଠାନ ଗୁଡିକର ହିସାବ ବି ରହିଛି ଏହି ଡାଏରୀ ଭିତରେ । କେଉଁ ଅନୁଷ୍ଠାନକୁ କିଏ ବୁଝୁଥିଲା ? ମାସକୁ କେତେ ଟଙ୍କା ଆୟ ହେଉଥିଲା? ରାଜ୍ୟ ବାହାରେ ଥିବା କମ୍ପାନୀର ବୁଝାସୁଝା କରୁଥିଲା କିଏ? ଏଭଳି ବହୁ ତଥ୍ୟ ଉପରେ ଏବେ ତଦନ୍ତ ଜୋରଦାର କରିବ ତଦନ୍ତକାରୀ ସଂସ୍ଥା । ସେପଟେ ଟିଟୋର ୬ଲକ୍ଷ ଟଙ୍କାର ହୀରା ଘଣ୍ଟା ଜବତ କରିଛି ଏସଟିଏଫ୍‌ । ପୂର୍ବରୁ ୯୦ଲକ୍ଷ ଟଙ୍କାର ଅଡି କାର୍‌ ବି ଜବତ ହୋଇଛି । ଏଥିରୁ ଜଣାପଡ଼ୁଛି କେବଳ ଜଣେ ଅପରାଧିକ ଚିନ୍ତାଧାରା ନୁହଁ, ବିନ୍‌ଦାସ୍‌ ଲାଇଫ୍‌ ଷ୍ଟାଇଲ୍‌ ବି ବଞ୍ଚୁଥିଲା ଟିଟୋ।

ଜେଲ୍‌ ଭିତରେ ଗ୍ୟାଙ୍ଗଷ୍ଟାର । ଆଉ ବାହାରେ ଟିଟୋର ଚେର କାଟିବାରେ ଲାଗିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ । ଏବେ ଟିଟୋର ଫେରାର୍‌ ୬ଭାଇଙ୍କୁ ଖୋଜା ଚାଲିଛି । ଟିଟୋ ଗିରଫ ହେବା ପରେ ସେମାନେ ଫେରାର ଅଛନ୍ତି । ଏମାନେ ଗିରଫ ହେବା ପରେ ଟିଟୋ ସାମ୍ରାଜ୍ୟର ପର୍ଦ୍ଦାଫାସ ହେବ ବୋଲି ଆଶା ରଖିଛି ଏସଟିଏଫ୍‌ ।

ସେପଟେ ଟିଟୋର ପତ୍ନୀକୁ କିଭଳି ମିଳିଲା ପେଟ୍ରୋଲ ପମ୍ପ? ତଦନ୍ତ କରୁଛି ସିବିଆଇ ।  ପିସିସି ସଭାପତିଙ୍କ ପ୍ରତିକ୍ରିୟା, ସିବିଆଇ ତଦନ୍ତ ସୁପାରିଶ କରିବା ଦୁଃଖଦାୟକ। ଟିଟୋ ଏସଟିଏଫ ସମ୍ମୁଖରେ ମୁଁହ ଖୋଲିଦେବ, ସେଥି ପାଇଁ ବିଜେପିର ଏହା ଏକ ଚାଲ। ସିବିଆଇ ତଦନ୍ତ କଲେ ସମସ୍ତ ଘଟଣା ଚାପି ହୋଇଯିବା ସମ୍ଭାବାନ ରହିଛି । ବିଜେପି କହିଛି ବିଜେଡି ବିଧାୟକ ଏବଂ ପ୍ରାଶାସନିକ ଅଧିକାରୀଙ୍କ ପାଇଁ ବହୁଦିନ ହେବ ଟିଟୋ ତାର ସାମ୍ରାଜ୍ୟ ବଢାଇ ଚାଲିଥିଲା । ତେଣୁ ନିଜ ଉପରୁ ଦୋଷ ଖସାଇବାକୁ ଶାସକ ଦଳ ଅନ୍ୟ ଉପରେ ଦୋଷ ଲଦୁଛି।

ଗତକାଲି ବିଜେଡି ମୁଖପାତ୍ର ପ୍ରତାପ ଦେବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ରାଇମ ସିଣ୍ଡିକେଟ୍‌ ଲିଙ୍କ କଥା ଉଠାଇଥିଲେ। ନୈତିକତା ଦୃଷ୍ଟିରୁ ଇସ୍ତଫା ଦାବି କରିଥିଲେ। କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ, କାହାକୁ ଘଣ୍ଟ ଘୋଉଡାଇବାକୁ ସିବିଆଇ ତଦନ୍ତ କରାଯାଉଛି କି ବୋଲି ପ୍ରତାପ ଦେବେ ପ୍ରଶ୍ନ କରିଥିଲେ?

ଟିଟୋ ପତ୍ନୀକୁ ମଳିଥିବା କେନ୍ଦ୍ରପଡା ସୟେଦ ବ୍ରଦର୍ସ ଫିଲିଂ ଷ୍ଟେସନ ଓ ପାରାଦୀପ ଅସ୍ଥାୟୀ କୋକ୍‌ ପେଟ୍ରୋଲ ପମ୍ଫ ଆବଣ୍ଟନ ଘଟଣାର ସିବିଆଇ ତଦନ୍ତ କରୁଛି।

 

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

11 hours ago