ସ୍ନାନପୂର୍ଣ୍ଣିମା ନୀତି ପାଇଁ ଜୁନ ୨ରେ ଶ୍ରୀମନ୍ଦିରରେ ହେବ ଦଇତାପତିଙ୍କ ପ୍ରବେଶ

ଜୁନ ୪ ତାରିଖରେ ସ୍ନାନପୂର୍ଣ୍ଣିମା। ନୀତି ସଂପାଦନ ପାଇଁ ଜୁନ ୨ ତାରିଖରେ ଶ୍ରୀମନ୍ଦିରରେ ହେବ ଦଇତାପତି ସେବକ ମାନଙ୍କ ପ୍ରବେଶ। ଅନବସର, ରଥଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଦଇତାପତି ସେବକ, ପତି ମହାପାତ୍ର ଓ ସୁଦୁ ସୁଆର ସେବକ ମାନଙ୍କ ପ୍ରମୁଖ ଭୂମିକା ରହିଥାଏ।

ପୁରୀ (କେନ୍ୟୁଜ): ଜୁନ ୪ ତାରିଖରେ ସ୍ନାନପୂର୍ଣ୍ଣିମା। ନୀତି ସଂପାଦନ ପାଇଁ ଜୁନ ୨ ତାରିଖରେ ଶ୍ରୀମନ୍ଦିରରେ ହେବ ଦଇତାପତି ସେବକମାନଙ୍କ ପ୍ରବେଶ। ଅନବସର, ରଥଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଦଇତାପତି ସେବକ, ପତି ମହାପାତ୍ର ଓ ସୁଦୁ ସୁଆର ସେବକ ମାନଙ୍କ ପ୍ରମୁଖ ଭୂମିକା ରହିଥାଏ।

ସ୍ନାନଯାତ୍ରା ପାଇଁ ବାହୁଟ କଣ୍ଟ ଓ ସେନାପଟା ଲାଗି ଆଦି ନୀତି ସମ୍ପାଦନ କରିବେ ଦଇତାପତି ସେବକ। ଚଳିତବର୍ଷ ଦଇତାପତି ସେବକ ମାନେ କିପରି ସମସ୍ତ ସେବା ଶାନ୍ତି ଶୃଙ୍ଖଳା ସହ ନିର୍ବାହ କରିବେ ସେଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ଦଇତାପତି ନିଯୋଗଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।

ଶ୍ରୀମନ୍ଦିର କାର୍ଯ୍ୟଳୟ ପରିସରରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଦଇତାପତି ନିଯୋଗ ର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର ଓ ଦଇତାପତି ନିଯୋଗ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ହାତୀବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ। ଏହକୁ କିପରି ଭକ୍ତ ଓ ଶ୍ରଦ୍ଧାଳୁ ସୁରୁଖୁରେ ଦର୍ଶନ କରିବେ ସେଥିପାଇଁ ସମସ୍ତ ସହଯୋଗ ରହିବ ବୋଲି ଦଇତାପତି ନିଯୋଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.