ସୁରକ୍ଷା ବଳୟ ଭିତରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଲା ‘ଡାକୋଟା’, ବିମାନକୁ ଦେଖି ଭାବବିହ୍ଵଳ ହେଲେ ନବୀନ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ଐତିହାସିକ ଡାକୋଟା। ବିମାନ ବନ୍ଦରରେ ଡାକୋଟାକୁ ଦେଖି ଭାବ ବିହ୍ଵଳ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡାକୋଟାରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ୱାଗତ କରିଥିଲେ। ଡାକୋଟାକୁ ସ୍ୱାଗତ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱରକୁ ଡାକୋଟା ଆସିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସ୍ୱାଧୀନତା ସଂଗ୍ରାମ ବେଳେ ବିଜୁବାବୁ ଡାକୋଟା ବ୍ୟବହାର କରିଥିଲେ । ବିଜୁବାବୁଙ୍କ ଅନେକ ଐତିହାସିକ ସଂଘର୍ଷର ସାକ୍ଷୀ ଡାକୋଟା ।

ଏଇ ଡାକୋଟାରେ ବିଜୁବାବୁ ଇଣ୍ଡୋନେସିଆ ଯାଇଥିଲେ । ଇଣ୍ଡୋନେସିଆ ସଂଘର୍ଷ ଯାତ୍ରାରେ ମୋ ମା’ କୋ-ପାଇଲଟ୍‌ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଗତକାଲି ରାତିରେ କୋଲକାତାରୁ ବାହାରିଥିଲା ଡାକୋଟା । ଆଜି ଓଡ଼ିଶାରେ ପହଞ୍ଚିବା ପରେ ବିଭିନ୍ନ ସ୍ଥାନରେ ବିପୁଳ ସ୍ୱାଗତ କରାଯାଇଥିଲା। ବିଜୁବାବୁଙ୍କ ସନ୍ତକକୁ ଦେଖିବା ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଜମିଥିଲା ଲୋକଙ୍କ ଭିଡ଼। କୋଲକାତାରୁ କଳିଙ୍ଗ ଆସିବା ପରେ ବୀରତ୍ୱର ଗାଥା କହିବ ଡାକୋଟା । ଭୁବନେଶ୍ୱର ବିମାନବନ୍ଦରରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖାଯିବ । ଇଣ୍ଡୋନେସିଆର ତତ୍କାଳୀନ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଡଚଙ୍କ କବଳରୁ ଡାକୋଟାରେ ଉଦ୍ଧାର କରିଥିଲେ ବିଜୁ ବାବୁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.