ଆଜି ଆସିବ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ, କାଲି ସରିଛି ପ୍ୟାକିଂ

କୋଲକାତା(କେନ୍ୟୁଜ୍): ଆଜି କୋଲକାତାରୁ ଭୁବନେଶ୍ୱର ବାହାରିବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରିୟ ଡାକୋଟା ବିମାନ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଦୁଇଟି କଣ୍ଟେନରରେ ଲଦା ହୋଇ ଆସିବ ଡାକୋଟା ବିମାନର ବିଭିନ୍ନ ଯନ୍ତ୍ରାଂଶ । ବିମାନର ବିଭିନ୍‌ ଅଂଶକୁ କାଟି ଭଲ ଭାବରେ ପ୍ୟାକିଂ କରାଯାଇଛି । ଅତି ପୁରୁଣା ବିମାନ ହୋଇଥିବାରୁ ଏହାର ସୁରକ୍ଷା ପାଇଁ ବିଶେଷ ଧ୍ୟାନ ଦିଆଯାଉଛି । କଣ୍ଟେନର ଜାତୀୟ ରାଜପଥରେ ଯେଭଳି ସୁରକ୍ଷିକ ଭାବରେ ଭୁବନେଶ୍ୱର ପହଞ୍ଚିବ ସେଥିପାଇଁ ବିଭିନ୍ନ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ।

ରାଜ୍ୟ ସରକାର ବିଜୁ ବାବୁଙ୍କ ଡାକୋଟାକୁ ଭୁବନେଶ୍ୱର ବିମାନବନ୍ଦର ନିକଟରେ ସଂରକ୍ଷଣ କରିବେ । ୧୯୪୭ ମସିହା ଜୁଲାଇ ୨୧ ତାରିଖରେ ବିଜୁ ବାବୁ ଏହି ଡାକୋଟା ବିମାନରେ ଯାତ୍ରା କରି ତତ୍କାଳୀନ ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ବାହାରିନ୍‌ ଓ ଉପରାଷ୍ଟ୍ରପତି ମହମ୍ମଦ ହଟ୍ଟାଙ୍କୁ ଉଦ୍ଧରା କରି ଭାରତ ଆଣିଥିଲେ । ସେହି ସ୍ମୃତିକୁ ରଖିବା ପାଇଁ ଡାକୋଟା ବିମାନ ଭୁବନେଶ୍ୱର ବିମାନବନ୍ଦରରେ ସଂରକ୍ଷିତ ରହିବ । ଏଥିପାଇଁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ ପକ୍ଷରୁ ଜମି ଯୋଗାଇ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.