ପୂଜାରେ ଅଘଟଣ: ଲଗାଣ ବର୍ଷାରେ ଭୁଶୁଡିଲା ଡମଣା ତୋରଣ ଗେଟ୍‌

ଭୁବନେଶ୍ୱର (କେନ୍ୟୁଜ): ଲଘୁଚାପ ବର୍ଷା ଯୋଗୁ ଭାଙ୍ଗିଲା ରାଜଧାନୀ ଡମଣା ଦୁର୍ଗା ପୂଜା ମଣ୍ଡପର ତୋରଣ । ରାଜଧାନୀରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ବର୍ଷା ଯୋଗୁ ଫିକା ପଡ଼ିଛି ପାର୍ବଣର ମାହୋଲ । ଦୁଇ ବର୍ଷ ପରେ ପୂଜା ମାହୋଲର ମଜା ଉଠାଇବାରୁ ଲୋକଙ୍କ ଭିଡ଼ ଜମୁଛି । ରାଜଧାନୀର ଆକର୍ଷଣୀୟ ତୋରଣ ଦେଖିବାକୁ ପ୍ରବଳ ଜନସମାଗମ ହେଉଥିବା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ , ଡମଣା ଛକରେ ଥିବା ତୋରଣର ଗେଟ୍‌ ଆଜି ବର୍ଷା ପବନ ସାଙ୍ଗକୁ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲା । ଯାହାଫଳରେ ତୋରଣର ଗେଟ୍‌ଟି ଭାଙ୍ଗିଯାଇଛି । ତେବେ ସର୍ଟ ସର୍ଟିକ ହେବାରୁ ୨ଥର ବଡ଼ଧରଣର ବିସ୍ଫୋରଣ ହୋଇଥିଲା ବୋଲି ସ୍ଥାନୀୟଲୋକେ କହିଛନ୍ତି ।କିନ୍ତୁ ଭାଗ୍ୟବଶତଃ ଏଥିରେ କୌଣସି ବ୍ୟକ୍ତି ଆହତ ହୋଇନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.