ଏମିତି ବି ଆସେ ମୃତ୍ୟୁ: ନାଚୁ ନାଚୁ ଟଳି ପଡିଲେ ନୃତ୍ୟ ଗୁରୁ

ଯାଜପୁର : ନୃତ୍ୟ ଅଭ୍ୟାସ ବେଳେ ଚାଲିଗଲା ନୃତ୍ୟ ଗୁରୁଙ୍କ ଜୀବନ ।  ଯାଜପୁର ଜିଲ୍ଲା ଷଠୀପୁର ସ୍ଥିତ କ୍ୟାମ୍ପରେ ଯାଜ୍ଞସେନି ଅପେରା ଡ୍ୟାନ୍ସ ଗୁରୁ ମାୟାଧର ଜେନାଙ୍କ ମୃତ୍ୟୁ ହୋଇଛି ।  ଯାତ୍ରାପାର୍ଟି କଳାକାରଙ୍କୁ ନୃତ୍ୟ ଅଭ୍ୟାସ ବେଳେ ଅଚାନକ ଅସୁସ୍ଥ ହୋଇପଡିଥିଲେ ନୃତ୍ୟ ଗୁରୁ । ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ଏହି ଘଟଣାରେ ଶୋକର ଛାୟା ଖେଳି ଯାଇଛି ।

ସୂଚନାଯୋଗ୍ୟ, ଗତକାଲି ପୂର୍ବାହ୍ନ ସମୟରେ ଯାଜପୁର ସଠିପୁର ଠାରେ ଯାତ୍ରା ଯାଜ୍ଞସେନି ଅପେରା କ୍ୟାମ୍ପରେ ରିହଲସଲ ଚାଲିଥିବା ବେଳେ ମାୟାଧର ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ।  ତାଙ୍କୁ ନକଟସ୍ଥ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ନୃତ୍ୟଗୁରୁଙ୍କ ମୃତ୍ୟୁ ଖବର ଶୁଣି ଯାତ୍ରା କଳାକାରଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।