ରାଜ୍ୟ

ପୁଣି ଦାରା ସିଂର ଆବେଦନ ଖାରଜ: ଆଜୀବନ କାରାଦଣ୍ଡକୁ ନିଶ୍ଚିତ କଲେ ହାଇକୋର୍ଟ

କଟକ(କେନ୍ୟୁଜ୍): ବହୁ ଚର୍ଚ୍ଚିତ ବାରିପଦା ପଡ଼ିଆବେଡା ହତ୍ୟାକାଣ୍ଡ ଘଟଣାର ଦୋଷୀ ସାବ୍ୟସ୍ତ ଦାରା ସିଂ ଓରଫ ରବୀନ୍ଦ୍ରପାଲର   ଆବେଦନ ଓଡିଶା ହାଇକୋର୍ଟରେ ଖାରଜ। ଜିଲ୍ଲା ଦୌରାଜଜ୍ ଦେଇଥିବା ଆଜୀବନ କାରାଦଣ୍ଡକୁ ନିଶ୍ଚିତ କଲେ ହାଇକୋର୍ଟ। ମୟୁରଭଞ୍ଜ ସେସନସ କୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ହାଇକୋର୍ଟକୁ ଅପିଲରେ ଆସିଥିଲା ଆସାମୀ ଦାରା ସିଂ। ୧୯୯୯ ଅଗଷ୍ଟ ୨୬ ରେ ଘଟିଥିଲା ଏହି ବିଭତ୍ସ ହତ୍ୟାକାଣ୍ଡ। ପଡ଼ିଆବେଡା ଡେଲି ମାର୍କେଟରେ ଶାଢ଼ୀ ଡ୍ରେସ ଦୋକାନ କରିଥିଲା ବ୍ୟବସାୟୀ ସେକ ରହେମାନ। ରହେମାନଙ୍କୁ ଚାନ୍ଦା ମାଗିଥିଲା ଦାରା ସିଂ। ଚାନ୍ଦା ନ ଦେବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ଦାରା ସିଂ ଓ ତାର ସହଯୋଗୀ ମାନେ କୁରାଢ଼ିରେ ହାଣି ରହେମାନକୁ ହତ୍ୟା କରିଥିଲେ। ହତ୍ୟା କରିବା ଦୋକାନ ସହ ରହେମାନକୁ କିରୋସିନି ଢାଳି ଜାଳି ଦେଇଥିଲା ଦାରା ସିଂ। ସେତେବେଳେ ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ପରେ ପରେ ବାରିପଦାରେ ଘଟିଥିବା ଗ୍ରାହମ ଷ୍ଟେନସ ହତ୍ୟା ଘଟଣାର ମୁଖ୍ୟ ଆସାମୀ ମଧ୍ୟ ଦାରା ସିଂ। ଏହି ଘଟଣାର ତଦନ୍ତ ପ୍ରଥମେ ଠାକୁରମୁଣ୍ଡା ଥାନା ଓଆଇସି ପରେ କରଞ୍ଜିଆ ସର୍କଲ ଇନିସ୍ପେକ୍ଟର ତଦନ୍ତ କରିଥିଲେ। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ସେତେବେଳେ ଏହି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇ ଥିଲା। କ୍ରାଇମବ୍ରାଞ୍ଚ ତଦନ୍ତ କରି ୨୦୦୦ ମସିହା ଫେବୃଆରୀ ୧ ତାରିଖରେ ଦାରା ସିଂକୁ ଗିରଫ କରିଥିଲା।

ଦାରା ସହ ଏହି ହତ୍ୟାକାଣ୍ଡ ଘଟଣାରେ ଅନ୍ୟ ୩୭ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ଏହି ଚର୍ଚ୍ଚିତ ଘଟଣାର ଶୁଣାଣି କରି ୨୦୦୭ ଅକ୍ଟୋବର ୨୯ ରେ ଦାରା ସୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଥିଲେ ମୟୁରଭଞ୍ଜ ସେସନସ କୋର୍ଟ। କିନ୍ତୁ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖଲାସ କରି ଦେଇଥିଲେ। ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ପାଇବା ପରେ ସେସନସ କୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ଦାରା ସିଂ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ୩୩ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଓ ୧୬ ଟି ତଥ୍ୟ ପ୍ରମାଣ ଆଧାରରେ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ।

୨୧ ବର୍ଷରୁ ଉର୍ଦ୍ଧ୍ବ ସମୟ ସଜ୍ଜା କାଟି ସାରି ଥିବାରୁ ଦଣ୍ଡରେ କୋହଳ କରିବାକୁ ଆବେଦନକାରୀଙ୍କ ଓକିଲ ଯୁକ୍ତି ବାଢି ଥିବାବେଳେ ତାକୁ ମଧ୍ୟ ଗ୍ରହଣ କରି ନାହାନ୍ତି ହାଇକୋର୍ଟ। ଆଜି ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ବି ପି ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ବହୁଚର୍ଚ୍ଚିତ ରାୟ ପ୍ରକାଶ କରିଛନ୍ତି ।

 

 

KNews Bureau

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

15 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

24 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

59 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago