ଘର ଘର ବୁଲି ଜମି ପଟ୍ଟା ବାଣ୍ଟୁଛନ୍ତି ତହସିଲଦାର, ଦର୍ପଣ ତହସିଲଦାରଙ୍କ ଅଭିନବ ପ୍ରୟାସ

ଯାଜପୁର (କେନ୍ୟୁଜ୍‌): ପଟ୍ଟା ପାଇଁ ଆଉ ଲୋକଙ୍କୁ ତହସିଲ ଅଫିସ ଦୌଡି ଦୌଡି ଚପଲ ଛିଣ୍ଡାଇବାକୁ ପଡୁନାହିଁ । ଘର ଘର ବୁଲି ଜମି ପଟ୍ଟା ବାଣ୍ଟୁଛନ୍ତି ତହସିଲଦାର। ଘରେ ଅଚାନକ ପହଁଚି ନିଜେ ଜମି ପଟ୍ଟା ବାଣ୍ଟୁଛନ୍ତି ତହସିଲଦାର। କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହା ନିରାଟ ସତ। ଆମେ ଆଜି ଏମିତି ଜଣେ ତହସିଲଦାରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଗରିବ ଲୋକଙ୍କୁ ଘର ଦୁଆରେ ନିକଟରେ ପହଞ୍ଚାଉଛନ୍ତି ପଟ୍ଟା । ଯାହା ଓଡିଶାରେ ବିରଳ ଘଟଣା ।

ଜମି ଜମା ସମ୍ବନ୍ଧୀୟ କାର୍ଯ୍ୟକୁ ଜରୁରୀକାଳୀନ ଭିତିରେ ସମାପନ କରିବାକୁ ରାଜସ୍ୱ ବିଭାଗକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଡାକ ଯୋଗେ ହେଉ ଅବା ନିଜେ ତହସିଲଦାର ହିତାଧିକାରୀଙ୍କ ନିକଟରେ ପହଂଚିବେ । ଏହାକୁ ଅକ୍ଷରେ ଅକ୍ଷରେ ପାଳନକରିଛନ୍ତି ଯାଜପୁର ଜିଲ୍ଲା ଦର୍ପଣ ତହସିଲଦାର ପ୍ରଦୀପ କୁମାର ସେଠୀ। ରାଜସ୍ୱ ରଥରେ ବସି ଘର ଘର ବୁଲି ବାଣ୍ଟୁଛନ୍ତି ଘରର ପଟ୍ଟା । ଏପଟେ ଘର ଦୁଆର ମୁହଁରେ ଜମି ପଟ୍ଟା ପାଇ ହିତାଧିକାରୀ ମଧ୍ୟ ଖୁସ୍‌ ।

pataହିତାଧିକାରୀଙ୍କୁ ରାଜ୍ୟ ସରକାର ସମସ୍ତ ସୁବିଧା ଯୋଗାଇ ଦେଉଥିବା ବେଳେ ଯାଜପୁର ଜିଲ୍ଲା ଦର୍ପଣ ତହସିଲ ଅଂଚଳରେ ଏହାର ସଫଳ ରୂପାୟନ ଦେଖିବାକୁ ମିଳିଛି । ଦର୍ପଣ ତହସିଲର ତହସିଲଦାର ପ୍ରଦୀପ କୁମାର ସେଠୀ ରାଜସ୍ୱ ରଥରେ ଯାଇ ଗାଁ ଗାଁ ବୁଲି ହିତାଧିକାରୀଙ୍କୁ ଜମିପଟ୍ଟା ବାଂଟୁଥିବା ଦେଖିବାକୁ ମିଳୁଛି । ଖୋଦ ତହସିଲଦାର ହିତାଧିକାରୀଙ୍କ ଘରେ ଅଚାନକ ପହଂଚି ଜମି ପଟ୍ଟା ହାତକୁ ବଢାଇ ଦେଉଥିବାରୁ ଏହି ସୁବିଧା ପାଇ ହିତାଧିକାରୀମାନଙ୍କ ମନରେ ବେଶ ଉତ୍ସାହ ପ୍ରକାଶ ପାଇଛି । ଏଥିନେଇ ସେମାନେ ତହସିଲ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ପୂର୍ବରୁ ଜମି ପଟ୍ଟାଟିଏ ପାଇବା ପାଇଁ ଲୋକମାନଙ୍କୁ ତହସିଲ କାର୍ଯ୍ୟାଳୟକୁ ବାରମ୍ବାର ଦୈାଡିବାକୁ ପଡୁଥିଲା । ଅନେକ ଖର୍ଚ୍ଚାନ୍ତ ମଧ୍ୟ ହେଉଥିଲେ । ତେବେ କିଛି ମାସ ହେବ ଦର୍ପଣ ତହସିଲର ତହସିଲଦାର ଭାବେ ପ୍ରଦୀପ କୁମାର ସେଠୀ କାଯ୍ୟର୍ରେ ଯୋଗଦେବା ପରେ ସେ ଏହି କାର୍ଯ୍ୟକୁ ତ୍ୱରାନିତ କରିଛନ୍ତି । ବର୍ଷ ବର୍ଷ ଧରି ପଡିରହିଥିବା ଜମିଜମା ସମ୍ବନ୍ଧୀୟ କାର୍ଯ୍ୟକୁ ସରକାରଙ୍କ ନିୟମ ଅନୁସାରେ ଲୋକଙ୍କ ପାଖରେ ପହଂଚାଇବାକୁ ପ୍ରୟାସ ଜାରି ରଖିଛନ୍ତି । ଇତିମଧ୍ୟରେ ତହସିଲ ଅଧିନରେ ପାଖାପାଖି ୨ହଜାରରୁ ଅଧିକ ହିତାଧିକାରୀଙ୍କୁ ଜମି ପଟ୍ଟା ହସ୍ତାନ୍ତର କରିସାରିଲେଣି । ଅନେକ ସମୟରେ ଇଂଟରନେଟ ଫେଲ ଯୋଗୁ ଡାକ ସେବାରେ ପଟ୍ଟା ପହଂଚିବା ଅସମ୍ଭବ ହୋଇପଡୁଥିବାରୁ ପ୍ରତ୍ୟେକ ଶୁକ୍ରବାର ନିଜ କର୍ମଚାରୀଙ୍କ ସାଥୀରେ ନେଇ ରାଜସ୍ୱ ରଥରେ ପଟ୍ଟା ଦେବା ପାଇଁ ଘର ଘର ବୁଲୁଛନ୍ତି ।