ମାର୍ଚ୍ଚ ପୂର୍ବରୁ ରତ୍ନଭଣ୍ଡାର ଗଣତି ମଣତି, ଆସନ୍ତା ୨୦ ତାରିଖରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ

ଭୁବନେଶ୍ୱର : ମାର୍ଚ୍ଚ ପୂର୍ବରୁ ରତ୍ନଭଣ୍ଡାର ଗଣତି ମଣତି। ତା ପୂର୍ବରୁ ମରାମତି କାମସରିବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ମରାମତି ପାଇଁ ଏଏସଆଇ 3 ମାସ ସମୟ ମାଗିଥିଲା । କିନ୍ତୁ ତାର ଯଥେଷ୍ଟ ପୂର୍ବରୁ ମରାମତି କାମ ସାରିବାକୁ ଚେଷ୍ଟା କରାଯାଉଛି । ମକର ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖି ବର୍ତ୍ତମାନ ମରାମତି କାମ ବନ୍ଦ ରହିଛି । ୧୭ ତାରିଖରୁ ପୁଣି ଥରେ କାମ ଆରମ୍ଭ କରାଯିବ । ଆସନ୍ତା ୨୦ ତାରିଖରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା କରାଯିବ। ଧାଡି ଦର୍ଶନ ବେଳେ ସମୟରେ ଶ୍ରଦ୍ଧାଳୁଙ୍କୁ ପିଇବା ପାଣି ଯୋଗାଇ ଦିଆଯିବା ସହ ସେଠାରେ କୁଲର ଓ ଫ୍ୟାନ୍ ର ବ୍ୟବସ୍ଥା ବି କରାଯିବ। ଭିନ୍ନକ୍ଷମ ଓ ବୟସ୍କମାନଙ୍କ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

 

You might also like