ଦୁଇଦିନ ଶ୍ରୀ ମନ୍ଦିରରେ ହବିଷ୍ୟାଳିଙ୍କ ଦର୍ଶନ ବନ୍ଦ, ବାତ୍ୟା ପାଇଁ ଜିଲ୍ଲାପ୍ରଶାସନର ନିଷ୍ପତ୍ତି

ପୁରୀ : ବାତ୍ୟା ପାଇଁ ହବିଷ୍ୟାଳିଙ୍କ ସକାଶେ ଜିଲ୍ଲାପ୍ରଶାସନର ସ୍ୱତନ୍ତ୍ର ପଦକ୍ଷେପ । ସୁରକ୍ଷା ଲାଗି ଦୁଇଦିନ ଶ୍ରୀ ମନ୍ଦିରରେ ହବିଷ୍ୟାଳିଙ୍କ ଦର୍ଶନ ବନ୍ଦ ରଖାଯାଇଛି । ହବିଷ୍ୟାଳି କେନ୍ଦ୍ର ଗୁଡିକରେ ସ୍ୱେଚ୍ଛାସେବୀ ଓ ଜିଲ୍ଲା ପ୍ରଶାସନ ଅଧିକାରୀ ନିୟୋଜିତ ଅଛନ୍ତି । ପ୍ରବଳ ବର୍ଷା ସତ୍ତ୍ବେ ହବିଷ୍ୟାଳି କେନ୍ଦ୍ରରେ ଭଜନ କୀର୍ତ୍ତନ ଜାରୀ ରହିଛି ।
ବାତ୍ୟା ପାଇଁ ସେହିଭଳି ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲା ଗୁଡ଼ିକ ହେଲା ପୁରୀ, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ ଓ କେନ୍ଦୁଝର । ଆସନ୍ତାକାଲି ପାଇଁ ଅତି ଭୀଷଣ ବର୍ଷା ପାଇଁ ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଦୁଇ ଦିନ ପାଇଁ ହବିଷ୍ୟାଳିଙ୍କୁ ବାହାରକୁ ଯିବାକୁ ବାରଣ କରାଯାଇଛି ।