ଆଜି ଦଶମୀ ତିଥି ଅବସରରେ ଶ୍ରୀମନ୍ଦିରକୁ ଯିବ ଦଶମୂଳ ମୋଦକ

puriପୁରୀ: ଧୀରେଧୀରେ ସୁସ୍ଥ ହେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଆଜି ଦଶମୀ ତିଥିରେ ଚକାବିଜେ ନୀତି ରହିଛି। ମହାପ୍ରଭୁ ସାମାନ୍ୟ ସୁସ୍ଥ ଅନୁଭବ କରି ଚକା ଉପରେ ବିଜେ କରିଥାଆନ୍ତି। ସେହିପରି ଆଜି ଦଶମୀ ତିଥି ଅବସରରେ ଶ୍ରୀମନ୍ଦିରକୁ ଯିବ ଦଶମୂଳ ମୋଦକ। ଏହାକୁ ପ୍ରସ୍ତୁତ କରିଛନ୍ତି ରାଜବୈଦ୍ୟ।

puriଆଜି ଅପରାହଣରେ ରାଜବୈଦ୍ୟ ଦଶମୂଳ ମୋଦକ ନେଇ ଶ୍ରୀମନ୍ଦିର ଗାରଦରେ ଜିମା ଦେବେ। ଏକାଦଶୀ ତିଥିରେ ଏହାକୁ ମହାପ୍ରଭୁଙ୍କୁ ଲାଗି କରାଯିବାର ପରଂପରା ରହିଛି। ପଞ୍ଚମୀ ତିଥିରେ ଫୁଲୁରୀ ତେଲ ପରେ ଏକାଦଶୀ ତିଥିରେ ଦଶମୂଳ ମୋଦକ ଲାଗି ପରେ ମହାପ୍ରଭୁ ସୁସ୍ଥ ହୋଇଥାଆନ୍ତି ବୋଲି ବିଶ୍ୱାସ ରହିଛି। ପ୍ରତିବର୍ଷ ଦେବସ୍ନାନ ପୂର୍ଣ୍ଣିମାରେ ଦଶମୂଳ ମୋଦକ ପ୍ରସ୍ତୁତି ଆରମ୍ଭ କରି ଥାଆନ୍ତି ରାଜବୈଦ୍ୟ। ଗମ୍ଭାରୀ, ବେଲ, ଗଖରା, ଫଣଫଣା ଆଦି ଚେରମୂଳ ସଂଗ୍ରହ କରି ଏହି ମୋଦକ ତିଆରି କରାଯାଏ।

 

Leave A Reply

Your email address will not be published.