ମାନବିକତା ଦେଖାଇଲେ ଦଶପଲ୍ଳା ବିଧାୟକ, ତାଙ୍କର ମହତ କାମ କଥା ଜାଣିଲେ ଆପଣ ବି କରିବେ ପ୍ରଶଂସା
ସଙ୍ଗେସଙ୍ଗେ ମହୋତ୍ସବକୁ ଛାଡ଼ି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଚାଲିଗଲେ ଗୁରୁତର ବାଇକ୍ ଆରୋହୀଙ୍କ ନିକଟକୁ ଏବଂ ସେଠାରେ ପହଞ୍ଚି ଗୁରୁତରଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ତୁରନ୍ତ ଦମକଳ ବାହିନୀକୁ ଖବର ଦେଇ ଦମକଳ ବାହୀନି ଯୋଗେ ଗୁରୁତରଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି ।

ଦଶପଲ୍ଳା (କେନ୍ୟୁଜ) : ନୂଆଗାଁରେ ଗତ ୨ ତାରିଖରୁ ଚାଲିଛି ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା -୨୦୨୪ । ରବିବାର ସଂଧ୍ୟାରେ ମଧ୍ୟ ଅନୁରୂପ ଭାବରେ ରଙ୍ଗୀନ ଆଲୋକରେ ଚାଲିଥିଲା ମହୋତ୍ସବ । ସେଠୀ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ସଭାପତିତ୍ଵ କରୁଥିଲେ। ସୂଚନା ଅନୁସାରେ ଠିକ୍ ଏହି ସମୟରେ ବିଧାୟକଙ୍କ ନିକଟକୁ ଆସିଲା ଏକ ଫୋନ୍ କଲ୍ ମହୋତ୍ସବ ପଡ଼ିଆ ଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଆଉ ଗୁରୁତର ବାଇକ୍ ଆରୋହୀ ମାନେ ନିକଟସ୍ଥ ପଞ୍ଚୁପାଣ୍ଡବ ଜଙ୍ଗଲ ନିକଟରେ ପଡ଼ି ରହିଛନ୍ତି ।
ବାସ୍ ଏତିକି ଶୁଣିବା ପରେ ସେ ତୁରନ୍ତ ନିଜ ସିଟରୁ ଉଠିପସି ଧାଇଁ ଯାଇଥିଲେ ସେହି ଦୁର୍ଘଟଣାସ୍ଥଳକୁ । ସଙ୍ଗେସଙ୍ଗେ ମହୋତ୍ସବକୁ ଛାଡ଼ି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଚାଲିଗଲେ ଗୁରୁତର ବାଇକ୍ ଆରୋହୀଙ୍କ ନିକଟକୁ ଏବଂ ସେଠାରେ ପହଞ୍ଚି ଗୁରୁତରଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ତୁରନ୍ତ ଦମକଳ ବାହିନୀକୁ ଖବର ଦେଇ ଦମକଳ ବାହୀନି ଯୋଗେ ଗୁରୁତରଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି । ସେମାନଙ୍କୁ ହସ୍ପିଟାଲ ପହଁଚାଇବା ପରେ ବିଧାୟକ ଶ୍ରୀ ବେହେରା ପୁଣି ମହୋତ୍ସବ ପଡ଼ିଆକୁ ଫେରିଥିଲେ । ବିଧାୟକ ମହୋଦୟ ପହଞ୍ଚିବା ପରେ ବିଧାୟକ ଙ୍କୁ ଉପସ୍ଥିତ ଦର୍ଶକ ଙ୍କ ସମେତ ନୂଆଗାଁବାସି ଭୂୟସୀ ପ୍ରଶଂସା କରିଥିବା ଶୁଣିବାକୁ ମିଳିଥିଲା।