ରାଜ୍ୟ

ପରିଣତ ବୟସରେ ଘରୁ କାଢ଼ି ଦେଲା ପୁଅ ସମ୍ପତ୍ତି ନେଇଗଲା ଝିଅ, ପର ପିଣ୍ଡାରେ କଟୁଛି ଦିନ

କାମାକ୍ଷାନଗର (କେନ୍ୟୁଜ) : ଚମ ଧୁଡୁଧୁଡୁ, ନିଜ କାମ କରିବାକୁ ବି ଦେହରେ ବଳ ନାହିଁ । କଥା ବି ସ୍ପଷ୍ଟ ଭାବେ କହିପାରୁନାହାଁନ୍ତି । ଏ ମାଆଟିର ଅବସ୍ଥା ଦେଖିଲେ ଆପଣଙ୍କର ବି ମନ ନିଶ୍ଚୟ ଭାବେ ତରଳିଯିବ । ଏହି ବୟସରେ ପର କରିଦେଇଛନ୍ତି ପୁଅ ବୋହୁ ଓ ଝିଅ । ଆପଣ କୁହନ୍ତୁ କଣ ଏହି ଦିନ ଦେଖିବା ପାଇଁ ବାପା ମାଆମାନେ ସନ୍ତାନ ଜନ୍ମ କରିଥାନ୍ତି । ପର ଲୋକ କଣ ଏ ମାଆଟିକୁ ତାର ନିଜ ସନ୍ତାନ ମାନେ ଏପରି ଅବସ୍ଥା କରିଛନ୍ତି ଯେ ସେ ଏବେ ଜୀବନ ଜିଇଁବେ କେମିତି ତାହା ଭାବୁଛନ୍ତି । ଆଉ ଏକଦମ୍‌ ଅସହାୟ ହୋଇ କହୁଛନ୍ତି ମୁଁ ଏବେ କଣ କରିବି, ଯାହାକୁ ଜନ୍ମ ଦେଇଥିଲେ ସେମାନେ ପର କରିଦେଲେ । ଏବେ କୁକୁର ବିଲେଇ ଭଳି ପର ଓଳିରେ ରହୁଛି । କିଏ ଦେଲେ ଖାଉଛି ନହେଲେ ନାହିଁ ।

ବୃଦ୍ଧ ମାଆକୁ ଘରୁ କାଢ଼ି ଦେଲା ପୁଅ, ସମ୍ପତ୍ତି ନେଇଗଲା ଝିଅ । ସାହି ପଡ଼ିଶାଙ୍କ ପିଣ୍ଡାରେ ମୁଣ୍ଡ ଗୁଞ୍ଜି କଟୁଛି ଦିନ । ଯାହାକୁ ଦିନେ କୋଳେଇ କାଖେଇ ମାଆ ମଣିଷ କରିଥିଲା ଆଜି ପରିଣତ ବୟସରେ ମାଆକୁ ପର କରିଦେଲା ପୁଅ । ଏମିତି ନିଜ ଜନ୍ମିତ ପୁଅ ଖାଇବାକୁ ଗଣ୍ଡେ ଦେବା ତ ଦୂରର କଥା ଘରୁ ମଧ୍ୟ ବାହାର କରିଦେଇଛି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି, କାମାକ୍ଷାନଗର ଥାନା ଅନ୍ତର୍ଗତ ଆଳତୁମା ବଡ଼ବିଲା ଗାଁରେ । ୩ ବର୍ଷ ତଳେ ସ୍ବାମୀଙ୍କୁ ହରାଇଥିବା ରୁକ୍ମିଣୀ ପାତ୍ରଙ୍କୁ ବୟସ ୭୨ ଛୁଇଁଲାଣି । ଚମ ଧୁଡୁଧୁଡୁ, ନିଜ କାମ କରିବାକୁ ବି ଦେହରେ ବଳ ନାହିଁ ।

ଏଭଳି ପରିଣତ ବୟସରେ ତାଙ୍କୁ ପୁଅ-ବୋହୂ ଘରୁ ବାହାର କରିଦେଲେ। ଏବେ ସାହିପଡ଼ିଶାଙ୍କ ପିଣ୍ଡାରେ ସେ ମୁଣ୍ଡ ଗୁଞ୍ଜୁଛନ୍ତି । ବର୍ଷା ହେଉ ବା ଖରା ଏମିତି ପରପିଣ୍ଡା ତାଙ୍କ ଆଶ୍ରା ପାଲଟିଛି । ଦୁଃଖ ଓ ଯନ୍ତ୍ରଣାର ଥିବା ରୁକ୍ମିଣୀ ଆଜି କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ନିକଟକୁ ଯାଇ ଏ ସଂପର୍କରେ ଅଭିଯୋଗ କରିଥିଲେ । ସେ କହିଥିଲେ ଯେ ବଡ଼ କଷ୍ଟରେ ଜୀବନ କାଟୁଛି ।

ପୁଅ-ବୋହୂ ପର କରିଦେଲା ପରେ ଝିଅ ଉପରେ ନିର୍ଭର କରୁଥିଲେ। ହେଲେ ସେ ମଧ୍ୟ ସମ୍ପତ୍ତି ନେଇ ପର କରିଦେଲା । ଆଉ କାହା ଉପରେ ଭରସା ନାହିଁ । ତେଣୁ ପ୍ରଶାସନର ଦ୍ୱାରସ୍ଥ ହୋଇଛି । କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପରେ ଉପଜିଲ୍ଲାପାଳ ତୁରନ୍ତ ଏନଏସି ନିର୍ବାହୀ ଅଧିକାରୀଙ୍କୁ ଏହାର ସମାଧାନ କରିବା ପାଇଁ କହିଛନ୍ତି । ସେହିପରି ସମାଧାନ ନହେଲେ ଆଇନଗତ କାଯ୍ୟାନୁଷ୍ଠାନ ହେବା ନେଇ ଉପଜିଲ୍ଲାପାଳ ଚେତାଇ ଦେଇଛନ୍ତି ।

ସତରେ ଏ ଘଟଣା ମନକୁ ଭାରି ବ୍ୟଥିତ କରୁଛି । ମାଆ କଣ ଏମିତି କରେ ଯେ ପୁଅ ବୋହୂ ତାକୁ ବୋଝ ବୋଲି ଭାବନ୍ତି । ସନ୍ତାନ ସନ୍ତତି ଜନ୍ମ ତ ଏଥିପାଇଁ କରନ୍ତି ନା ଯେ ବୃଦ୍ଧ କାଳେ ପୁଅ ଝିଅ ସାହା ହେବେ । କିନ୍ତୁ ସମ୍ପତ୍ତି ଲୋଭରେ ଏମିତି କେମିତି ନିଷ୍ଠୁର ହୋଇପାରୁଛନ୍ତି ଏମାନେ । ଆପଣ କଣ ଭୁଲି ଯାଉଛନ୍ତି ଦିନେ ଆପଣ ବି ବୃଦ୍ଧ ବୃଦ୍ଧା ହେବେ । ଆପଣଙ୍କୁ ବି ଯଦି ଏମିତି ଆପଣଙ୍କ ପୁଅ ଝିଅ ମାନେ କଲେ ଆପଣ କଣ କରିବେ? ଏଥିପାଇଁ ତାଙ୍କ ଯାଗାରେ ନିଜକୁ ରଖି ଭାବନ୍ତୁ ଆପଣ କଣ କରୁଛନ୍ତି । ଭୁଲି ଯାଆନ୍ତୁନି ଦୁନିଆରେ ଚଳନ୍ତି ଭଗବନା ହେଉଛନ୍ତି ବାପା ମାଆ । ସବୁକିଛି ମିଳିଯିବ କିନ୍ତୁ ଜନ୍ମ କଲା ବାପା ମାଆ ଆପଣଙ୍କୁ ମିଳିବନି ।

Pritiparna

Recent Posts

କବାଟ ତାଡ଼ି ସୁନା ଲୁଟିନେଲେ ଦୁର୍ବୃତ୍ତ, ପୋଲିସ ତଦନ୍ତ ଜାରି

ତାଳଚେର : କବାଟ ତାଡ଼ି ସୁନା ଲୁଟିନେଲେ ଦୁର୍ବୃତ୍ତ । ତାଳଚେର ବାଘମରାଠାରେ ହୋଇଛି ଏହି ଚୋରି । ଘରେ…

11 mins ago

ସଲମାନ ଖାନଙ୍କୁ ଜୀବନରୁ ମାରିଦେବାକୁ ଧମକ, FIR ପଞ୍ଜିକୃତ; ରାଜସ୍ଥାନରୁ ଅଭିଯୁକ୍ତ ଗିରଫ

ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କୁ ପୁଣି ମିଳିଛି ହତ୍ୟା ଧମକ । ଏହି ଘଟଣାରେ ମୁମ୍ବାଇ ସାଉଥ୍‌ ସାଇବର ଥାନାରେ…

17 mins ago

ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ

ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ତିନି ରଥର…

37 mins ago

ଗ୍ରୀଷ୍ମ ଋତୁରେ ଶରୀରରେ ଦେଖାଦେଇ ପାରେ ଭିଟାମିନ୍‌ Dର ଅଭାବ, ବୟସ୍କ ଲୋକଙ୍କୁ ରହିଥାଏ ଅଧିକ ବିପଦରେ

ବର୍ତ୍ତମାନ ସମସ୍ତ ସ୍ଥାନରେ ପ୍ରବଳ ଖରା ହେଉଛି । ଲୋକମାନଙ୍କ ପାଇଁ ଏହି ଗରମ ସହିବ ବହୁତ କଷ୍ଟକର ହୋଇପଡିଛି…

40 mins ago

ଆଜି ହେଉଛି ତିନି ଦିନିଆ ରଜ ଉତ୍ସବର ଶେଷ ଦିନ, ଆସନ୍ତାକାଲି ବସୁମତି ସ୍ନାନ

ରାତି ପାହିଲେ ହେବ ବସୁମତୀ ସ୍ନାନ । ତେଣୁ ଆଜି ହେଉଛି ସେହି ରଜ ପର୍ବର ଶେଷ ଦିନ ।…

44 mins ago

ଜମି ଜମା ବିବାଦକୁ ନେଇ କରୁଣ ପରିଣିତି, ଭାଇ ଭାଇ ସମ୍ପର୍କରେ ଲାଗିଲା ରକ୍ତର ଛିଟା

ମୟୁରଭଞ୍ଜ : ଭାଇ ଭାଇ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ଭୁଲିଗଲା ସବୁ ସମ୍ପର୍କ । ପିଲାଦିନେ ଯେଉଁ…

55 mins ago