ଭୁଲିଗଲା ସବୁ ସମ୍ପର୍କ, ଶାଶୁକୁ ମାଡ଼ ମାରି ଲହୁଲୁହାଣ କଲା ବୋହୂ

ଘରୋଇ କଳି ଏତେ ବଡ଼ ରୂପ ନେଇପାରେ ତାହା ଆପଣ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେନି । ଶାଶୂ ପ୍ରତି ଏଭଳି ବ୍ୟବହାର ଦେଖାଇ ମାଡ଼ ମାରି ଲହୁଲୁହାଣ ଜଣେ ବୋହୂ କରିପାରେ ତାହା ଆପଣଙ୍କ ପକ୍ଷେ ବିଶ୍ୱାସ କରିବା ଅସମ୍ଭବ ହେବ । କିନ୍ତୁ ବର୍ତ୍ତମାନ ଏଭଳି ଖବର ସାମ୍ନାକୁ ଆସିଛି । ବୋହୂ ମାଡ଼ରେ ଗୁରୁତର ହୋଇ ହସ୍ପିଟାଲ ବେଡ୍‌ରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛି ।

ଭଦ୍ରକ: ଶାଶୂ ମା’ ସମାନ । ଶାଶୁଙ୍କୁ ମା’ ବୋଲି ସମ୍ମାନ ଦେଇଥାଆନ୍ତି ପ୍ରତିଟି ଘରର ବୋହୂ । ଆଉ ଆମେ ସମସ୍ତେ ଜାଣିଥାଆନ୍ତି ଶାଶୁ ବୋହୂଙ୍କ ମଧ୍ୟରେ ଛୋଟ ମୋଟ ଝଗଡ଼ା ହେବାଟା ନିତିଦିନିଆ କଥା । ହେଲେ ଏହି ଘରୋଇ କଳି ଏତେ ବଡ଼ ରୂପ ନେଇପାରେ ତାହା ଆପଣ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେନି । ଶାଶୁ ପ୍ରତି ଏଭଳି ବ୍ୟବହାର ଦେଖାଇ ମାଡ଼ ମାରି ଲହୁଲୁହାଣ ଜଣେ ବୋହୂ କରିପାରେ ତାହା ଆପଣଙ୍କ ପକ୍ଷେ ବିଶ୍ୱାସ କରିବା ଅସମ୍ଭବ ହେବ । କିନ୍ତୁ ବର୍ତ୍ତମାନ ଏଭଳି ଖବର ସାମ୍ନାକୁ ଆସିଛି । ବୋହୂ ମାଡ଼ରେ ଶାଶୁ ଗୁରୁତର ହୋଇ ହସ୍ପିଟାଲ ବେଡ୍‌ରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛି ।

ଥରେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ କିଭଳି ନୃଶଂସଭାବେ ଶାଶୁଙ୍କୁ ବୋହୂ ବାଉଁଶ କିଳାରେ ପିଟି ଚାଲିଛନ୍ତି । ଯେଉଁ ଦୃଶ୍ୟ ଦେଖିଲାରୁ ଆମ ଛାତି ଥରି ଉଠୁଛି । ଏହି ଦୃଶ୍ୟକୁ ଆମେ ଆପଣଙ୍କୁ ସ୍ପଷ୍ଟ ଭାବେ ଦେଖାଇପାରୁନୁ । ଶାଶୁ ଜଣକ କିଭଳି ତଳେ ପଡ଼ି ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରୁଛନ୍ତି । ଯାହାର ଭିଡିଓ ଆପଣମାନଙ୍କ ସାମ୍ନାରେ । ଆହତ ହୋଇ ବୃଦ୍ଧାଜଣକ ଏବେ ହସ୍ପିଟାଲ ବେଡ୍‌ରେ ପଡ଼ିଛନ୍ତି । ଆଉ ଦେଖନ୍ତୁ ବୃଦ୍ଧା ଜଣକ କିପରି ତାଙ୍କ ହାତରେ ଲାଗିଥିବା ଆଘାତଗୁଡ଼ିକୁ ଗୋଟି ଗୋଟି କରି ଦେଖାଉଛନ୍ତି । ସାମାନ୍ୟ କଥାରେ ବୋହୂ ଶାଶୁ ଉପରେ ଏଭଳି ମରଣାନ୍ତକ ଆକ୍ରମଣ କରିଥିବା ନେଇ ଅଭିଯୋଗ କରିଛନ୍ତି ଶାଶୁ ଜଣକ । ଆଉ ହାତ ଯୋଡ଼ି ମାଗୁଛନ୍ତି ନ୍ୟାୟର ଭିିକ୍ଷା । ଏଭଳି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ବାଗଡା ବିନାୟକ ପୁର ଗାଁରେ ଦେଖିବାକୁ ମିଳିଛି ।

ବୋହୂର ମାଡ଼ରେ ଶାଶୁ ଗୁରୁତର ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେହି ଗ୍ରାମର ସ୍ବର୍ଗତ ଭାଗିରଥି ପଣ୍ଡାଙ୍କ ସ୍ତ୍ରୀ ରବୀମଣି ପଣ୍ଡା ନିଜ ଝିଅକୁ ଘରେ ରଖିବାକୁ ନେଇ ପ୍ରତିଦିନ ଘରେ ଶାଶୁ ଓ ବୋହୂ ମଧ୍ୟରେ ଝଗଡା ଲାଗିରହିଥାଏ । ହେଲେ ଆଜି ଶାଶୁ ରବୀମଣି ଗାଁର ଜଣକ ଘରେ ବସିଥିବା ବେଳେ ତାଙ୍କ ବୋହୁ ମାତନ ପଣ୍ଡା ଓ ତାଙ୍କ ଭାଇ ଦାମୋଦର ପୁର ଗ୍ରାମର ତପନ ମିଶ୍ର ସେଠାକୁ ଯାଇ ଶାଶୁଙ୍କୁ ଗାଳି ଗୁଲଜ କରିବା ସହିତ ଘୋଷାରି ଆଣି ମାଡ଼ ମାରିଥିଲେ ।

ଏଥିରେ ରବୀମଣି ତାଙ୍କ ଝିଅ ମାଙ୍କୁ କଣ ପାଇଁ ମାରୁଛ ବୋଲି ପଚାରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରି ଗୁରୁତର କରିଥିଲେ । ଗ୍ରାମବାସୀ ମାନେ ପହଞ୍ଚି ସେମାନଙ୍କ କବଳରୁ ରବୀମଣିକୁ ଉଦ୍ଧାର କରି ନିକଟସ୍ତ ଡାକ୍ତର ଖାନାକୁ ନେବା ସହିତ ସ୍ଥାନୀୟ ଥାନାରେ ମାତନ ପଣ୍ଡା ଓ ତାଙ୍କ ଭାଇ ତପନ ମିଶ୍ରଙ୍କ ନାମରେ ଅଭିଯୋଗ କରିଛନ୍ତି। ଡାକ୍ତରଖାନାରେ ରବୀମଣିର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ସିକିତ୍ସାଳୟକୁ ପଠାଇ ଦିଆଯାଇଛି । ପୋଲିସ ତାଙ୍କ ବୋହୂ ମାତନ ପଣ୍ଡାଙ୍କୁ ଥାନାକୁ ଆଣି ତଦନ୍ତ ଚଳାଇଛି ।

Leave A Reply

Your email address will not be published.