ପୋଲିସର ସୁରକ୍ଷା ମାଗିଲେ ବଲାଙ୍ଗିର ରାଜପରିବାର ସାନବୋହୂ, ଏସ୍‌ପିଙ୍କୁ କଲେ ଇ-ମେଲ୍‌

ବଲାଙ୍ଗିର ଶୈଳଶ୍ରୀ ପ୍ୟାଲେସ୍‌ ଆସିବାକୁ ଚାହୁଁଛନ୍ତି ଅଦ୍ରିଜା । ସେଠାରେ ଥିବା ତାଙ୍କର ଜିନିଷପତ୍ର ଆଣିବାକୁ ଆସିବେ । ଅର୍କେଶ ଓ ତାଙ୍କ ପରିବାର ପକ୍ଷରୁ ଭୟ ଥିବାରୁ ସୁରକ୍ଷା ଦେବାକୁ ଇ-ମେଲ୍‌ ଯୋଗେ ଜଣାଇଛନ୍ତି ଅଦ୍ରିଜା ମଞ୍ଜରୀ ସିଂହଦେଓ । ପୂର୍ବରୁ ମଧ୍ୟ ଅଦ୍ରିଜା ଚିଠି ଲେଖିଥିଲେ ।

ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗିର ଏସ୍‌ପିଙ୍କୁ ଅଦ୍ରିଜା ମଞ୍ଜରୀ ସିଂହଦେଓଙ୍କ ଇ-ମେଲ୍‌ । ପୋଲିସର ସୁରକ୍ଷା ମାଗିଛନ୍ତି ବଲାଙ୍ଗିର ରାଜପରିବାର ସାନବୋହୂ । ବଲାଙ୍ଗିର ଶୈଳଶ୍ରୀ ପ୍ୟାଲେସ୍‌ ଆସିବାକୁ ଚାହୁଁଛନ୍ତି ଅଦ୍ରିଜା । ସେଠାରେ ଥିବା ତାଙ୍କର ଜିନିଷପତ୍ର ଆଣିବାକୁ ଆସିବେ । ଅର୍କେଶ ଓ ତାଙ୍କ ପରିବାର ପକ୍ଷରୁ ଭୟ ଥିବାରୁ ସୁରକ୍ଷା ଦେବାକୁ ଇ-ମେଲ୍‌ ଯୋଗେ ଜଣାଇଛନ୍ତି ଅଦ୍ରିଜା ମଞ୍ଜରୀ ସିଂହଦେଓ । ପୂର୍ବରୁ ମଧ୍ୟ ଅଦ୍ରିଜା ଚିଠି ଲେଖିଥିଲେ । ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଥିଲେ । ଯାହାର କୌଣସି ଉତ୍ତର ବଲାଙ୍ଗିର ପୋଲିସ ପାଖରୁ ମିଳି ନଥିବା ସେ ଉଲ୍ଲେଖ କରିଛନ୍ତି ।

ଅର୍କେଶ ନାରାୟଣ ସିଂହଦେଓ ଓ ପତ୍ନୀ ଅଦ୍ରିଜାଙ୍କ ଘରୋଇ ହିଂସା ମାମଲା ତେଜିବାରେ ଲାଗିଛି । ପୂର୍ବରୁ ଅଦ୍ରିଜାଙ୍କ ଅଭିଯୋଗ ଆଧାରରେ ସ୍ୱାମୀ ଅର୍କେଶଙ୍କ ସମେତ ୫ ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲା ଡେରାଡନ୍‌ ପୋଲିସ । ଏହାପରେ ଅର୍କେଶଙ୍କ ଘରୋଇ ସହାୟିକାଙ୍କ ଅଭିଯୋଗ ଆଧାରରେ ଅଦ୍ରିଜା, ତାଙ୍କ ବାପା ଓ ଭଉଣୀଙ୍କ ନାଁରେ ମାମଲା ରୁଜୁ କରିଥିଲା ପୋଲିସ । ଆଗକୁ ବଲାଙ୍ଗିର ରାଜ ପରିବାରର ଘରୋଇ କଳି କି ମୋଡ଼ ନେବ ତାଉପରେ ନଜର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.