ଅଧିକ ଯୌତୁକ ଦାବି, ଶାଶୁଘର ଲୋକଙ୍କ ମାଡରେ ବୋହୂ ଗୁରୁତର

ଜଳେଶ୍ୱର : ଶାଶୁଘର ଲୋକଙ୍କ ମାଡରେ ବୋହୂ ଗୁରୁତର ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ବର ଜିଲ୍ଳାରେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବାଲେଶ୍ବର ଜିଲ୍ଳା ପାଳଜାମକୁଣ୍ତା ଗାଁରୁ ଏଭଳି ସଂଗୀନ ଅଭିଯୋଗ ଆସିଛି ।

ସୂଚନା ଅନୁସାରେ ୨୦୧୯ ମସିହାରେ ଅଢଙ୍ଗ ଗାଁର ନାରାୟଣ ପୃଷ୍ଟିଙ୍କ ଝିଅ ଗେହ୍ଲିରାଣିଙ୍କ ସହ ଗଙ୍ଗାଧର ବିଶ୍ବାଳଙ୍କ ବିବାହ ହୋଇଥିଲା । ବାହାଘର ବେଳେ ଦାବି ମୁତାବକ ଯୌତୁକ ଦେଇଥିଲେ ବି ଅଧିକ ଯୌତୁକ ଦାବିରେ ଗେହ୍ଲିରାଣିଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ଯାତନା ଦେଇ ଆସୁଥିଲେ। ଦାମୀ ଗାଡି ଓ ସୁନା ଚେନ ଦାବି କରି ବିଭିନ୍ନ ସମୟରେ ମାଡ ମାରୁଥିବା ଅଭିଯୋଗ ହୋଇଛି। ଗତକାଲି ଏହି ଘଟଣା ଉଗ୍ରରୂପ ଧାରଣ କରିଥିଲା । ଶାଶୁ ଓ ଶ୍ବଶୁର ମିଶି ବୋହୂଙ୍କୁ ନିସ୍ତୁକ ମାଡ ମାରିଥିଲେ । ଏହା ପରେ ଗୁରୁତର ଅବସ୍ଥାରେ ବୋହୂଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏନେଇ ବାପଘର ଲୋକ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରୁଛି ।

ଆହୁରି ପଢ଼ନ୍ତୁ : କିରାଣି ଚାକିରି କରାଇଦେବାକୁ କହି ଠକେଇ, ଲକ୍ଷାଧିକ ଟଙ୍କା ଲୁଟିନେଲା ଜିଲ୍ଲା ଜଜ୍ କୋର୍ଟର ପିଅନ