ତିନି ତିନିଟା ପୁଅ ଥାଇ ବି ମୃତ ମା’ର ଶବ ସତ୍କାର କଲା ଝିଅ

ପୁଅ ଓ ଝିଅ ଭିତରେ କୌଣସି ଫରକ ନଦେଖିବାର ପୁଣି ଏକ ଜ୍ୱଳନ୍ତ ଉଦାହରଣ। ବଞ୍ଚି ଥାଉ ଥାଉ ତ ଦୁରର ଥା ମଲା ପରେ ବି ମାକୁ ଆଡ ଆଖିରେ ଚାହିଁଲେନି ପୁଅମାନେ। ଶେଷରେ ବୃଦ୍ଧା ମା ମୁହଁରେ ମୁଖାଗ୍ନୀ ଦେଲା ଝିଅ।

ଆନନ୍ଦପୁର(କେନ୍ୟୁଜ୍): ମହିଳା ଜଣକ ନିଜ କୋହ ସମ୍ଭାଳି ପାରୁନାହାନ୍ତି। ଆଉ କହୁଛନ୍ତି ମୁଁ ହିଁ ମାର ଶବ ସତ୍କାର କରିବି। ମୁଁ ତାଙ୍କର ଝିଅ ଆଉ ମୁଁ ତାଙ୍କର ପୁଅ। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ସଲେଇକେନା ଗ୍ରାମର ଏହି ଦୁଃଖଦ ଘଟଣା ଏବେ ସମସ୍ତଙ୍କ ଆଖିରୁ ଲୁହ ଖସାଇ ଦେଇଛି। ଏ ଦୁନିଆରେ ସ୍ବାର୍ଥ ହି ସବୁ କିଛି ବୋଲି ପୁଣି ପ୍ରମାଣ କରାଇଦେଇଛି। ବଞ୍ଚି ଥାଉ ଥାଉ ତ ଦୁରର ଥା ମଲା ପରେ ବି ମାକୁ ଆଡ ଆଖିରେ ଚାହିଁଲେନି ପୁଅମାନେ। ଶେଷରେ ବୃଦ୍ଧା ମା ମୁହଁରେ ମୁଖାଗ୍ନୀ ଦେଲା ଝିଅ।

ପୁଅ ହେଉ ବା ଝିଅ, ଉଭୟଙ୍କୁ ବାପା ମାଆ ପାଳି ପୋଷି ମଣିଷ କରିଥାନ୍ତି। ଝିଅକୁ ଛାତିରେ ପଥର ରଖି ପର ଘରେ ବିବାହ କରାନ୍ତି। ଆଉ ପୁଅକୁ ସାରା ଜୀବନ ପାଖରେ ରଖନ୍ତି ଖାଲି ଟିକେ ବୁଢାବୁଢୀ ବୟରେ ତାଙ୍କୁ ଟିକେ ସାହାରା ଦେବା ପାଇଁ। ହେଲେ ସେଇ ପିଲା ଯଦି ବୁଢ଼ା ବୟସରେ ସେଇ ବାପା ମାଙ୍କୁ ପର କରିଦେବେ ତାହାଲେ ପୁଅ ଜନ୍ମକରି କି ଲାଭ ? ହେଲେ ଏଠି ଭାଇ ମାନେ ସିନା ପଚାରିଲେନି, ହେଲେ ନିଜ ମାଆକୁ କାନ୍ଧ ଦେଇ ପୁଅ ଭଳି ଦାୟିତ୍ବ ସମ୍ଭାଳିଛି ଗୋଟେ ଝିଅ। ଭାଇର ସ୍ଥାନ ନେଇ ମଲା ମା ମୁହଁରେ ମୁଖାଗ୍ନୀ ଦେଇଛି। ପୁଅ ଓ ଝିଅ ଭିତରେ କୌଣସି ଫରକ ନଦେଖିବାର ପୁଣି ଏକ ଜ୍ୱଳନ୍ତ ଉଦାହରଣ ସ୍ରୁଷ୍ଟି କରିଛି।
woman
ସୂଚନାନୁଯାୟୀ ବୃଦ୍ଧା ଜଣକ ଯୋଡ଼ା ବ୍ଲକ ମରସୁଆଁ ଗ୍ରାମର ମୁକୁନ୍ଦ ନାଏକଙ୍କ ସ୍ତ୍ରୀ ଅପୂର୍ବ ନାଏକ । ସ୍ୱାମୀ ଗଲା ପରେ ଅପୂର୍ବ ଗ୍ରାମରେ ତିନି ପୁଅଙ୍କ ପାଖରେ ରହୁଥିଲେ। ହେଲେ ସମୟ ଯେମିତି ଗଡିଚାଲିଲା ଆରମ୍ଭ ହେଲା ମାକୁ ଅବହେଳା କରିବ। ଯାହାଫଳରେ ତେଲକୋଇ ବ୍ଲକ ସଲେଇକେନା ଗ୍ରାମରେ ଥିବା ଝିଅ ନିରାଶ ନାଏକଙ୍କ ପାଖରେ ଦୀର୍ଘ ୫ବର୍ଷ ହେବ ସେ ରହି ଆସୁଥିଲେ। ତେବେ ତାଙ୍କର ଅକସ୍ମାତ ବିୟୋଗ ହୋଇଥିବା ବେଳେ ଝିଅ ଭାଈ ମାନଙ୍କୁ ମାଙ୍କ ଶବକୁ ଘରକୁ ନେବା ପାଇଁ ଖବର ଦେଇଥିଲେ। କିନ୍ତୁ ପୁଅ ମାନେ ମନା କରିଦେଇଥିଲେ । ଯାହାଫଳରେ ଝିଅ ନିରାଶ ନିଜେ ସ୍ଥାନୀୟ ସରପଞ୍ଚ ପାଙ୍ଗେଲା ମୁଣ୍ଡା,ଗ୍ରାମର ୱାର୍ଡ ମେମ୍ବର ଓ ଭଦ୍ରବ୍ୟକ୍ତି ଙ୍କ ସହଯୋଗରେ ଶବକୁ କାନ୍ଧ ଦେଇ ମାଙ୍କୁ ମୁଖାଗ୍ନି ଦେଇ ଶବ ସତ୍କାର କରିଥିଲେ। ଝିଅ ନିରାଶଙ୍କ ଏଭଳି କାର୍ଯ୍ୟ ଏବେ ଚାରିଆଡ଼େ ଚର୍ଚ୍ଚାରେ।

ନିରାଶଙ୍କ କହିବା ଅନୁସାରେ ଯୋଡ଼ା ବ୍ଲକ୍ ମରସୁଆଁ ଗାଁରେ ରହୁଥିବା ଭାଇମାନେ ମାଆକୁ ଦିନେକାଳେ ପଚାରୁ ନଥିଲେ । ଖାଇବା ପିଇବାକୁ ଦେବା ତ ଦୂରର କଥା ଏମିତିକି ମାଆକୁ ବାଡିଆ ମରା ବି କରୁଥିଲେ । ସେଇଥିପାଇଁ ନିରାଶ, ମାଆକୁ ଗଲା ୫ ବର୍ଷ ହେଲା ନିଜ ପାଖରେ ରଖିଥିଲେ, ସେବା ଶୁଶ୍ରୁଷା କରୁଥିଲେ ।

ହେଲେ ମାଆର ମୃତ୍ୟୁ ହେଲା ପରେ ବି ପୁଅ ମାନେ ଆଡ଼ ଆଖିରେ ନ ଚାହିଁବା ସତରେ କେତେ ହ୍ରୁଦୟ ବିଦାରକ କଥା କହିଲେ। ଏ ସଂପର୍କରେ ମୃତ ଅପୂର୍ବ ନାଏକଙ୍କ ସାନପୁଅ କହିଛନ୍ତି ମାଆଙ୍କ ମୃତ୍ୟୁ ଖବର ଶୁଣିବା ପରେ ସେ କୁଆଡେ ତାଙ୍କ ପାଖକୁ ଯିବାକୁ ଚେଷ୍ଟା କରିଥିଲେ । ତେବେ ଗାଡ଼ି ଯୋଗାଡ଼ ହୋଇନପାରିବାରୁ ସେ ଯାଇପାରି ନଥିଲେ। ଏ ଘଟଣା ବାରମ୍ବାର ଘଟୁଛି ବାରମ୍ବାର ଏଭଳି ଖବର ପ୍ରକାଶ ପାଉଛି, ହେଲେ ଏମିତି କିଛି ପୁଅ ମାନଙ୍କର ମନସିକତା କିନ୍ତୁ ବଦଳିବାର ନା ଧରୁନି। ଯାହା ପରିତାପର ବିଷୟ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.