ଜୟପୁର: ତ୍ରିରଙ୍ଗାରେ ସଜେଇ ହୋଇଥିଲା ବାପାଙ୍କ ପାର୍ଥିବ ଶରୀର, ସାଲୁଟ୍ ମାରି ଶେଷ ସମ୍ମାନ ଜଣାଇଲେ ଝିଅ
ଜୟପୁର: ବାପାଙ୍କୁ ଶେଷ ସମ୍ମାନ । ତ୍ରିରଙ୍ଗାରେ ସଜେଇ ହୋଇଥିବା ବାପାଙ୍କ ପାର୍ଥିବ ଶରୀରକୁ ସାଲୁଟ୍ ମାରି ଶେଷ ସମ୍ମାନ ଜଣାଇଲେ ଝିଅ । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଜୟପୁରରେ । ଗୁଜୁରାଟ ସୀମାନ୍ତରେ ବିଏସ୍ଏଫ୍ ୧୫୪ ବାଟାଲିୟନ୍ରେ କାର୍ଯ୍ୟରତ ଥିଲେ ଯବାନ କୃଷ୍ଣଚନ୍ଦ୍ର ସାହୁ । ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ଗତକାଲି ରାତିରେ ତାଙ୍କ ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ବିକ୍ରମନଗର ତାଙ୍କ ଘରକୁ ଅଣାଯାଇଥିଲା । ମର ଶରୀର ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ପରିବେଶ । ମର ଶରୀର ଦେଖି କୋହ ସମ୍ଭାଳି ପାରିନଥିଲେ ପରିବାର ଲୋକେ । ଦୁଃଖରେ ଭାଙ୍ଗି ପଡ଼ିଥିବା କୃଷଚନ୍ଦ୍ରଙ୍କ ଝିଅ ବାପାଙ୍କୁ ସାଲୁଟ୍ ମାରି ଶେଷ ସମ୍ମାନ ଜଣାଇଥିଲେ ।