ରକ୍ଷକ ସାଜିଲା ଭକ୍ଷକ : ବାପା ନାଁକୁ କଳଙ୍କିତ କଲା ଯବାନ୍‌, ନିଜ ଝିଅକୁ….

(କଟକ, କେ ନ୍ୟୁଜ୍‌) : ସାଂଘାତିକ ଅଭିଯୋଗ । ରକ୍ଷକ ସାଜିଲା ଭକ୍ଷକ । ସେ ଜଣେ ଦେଶ ରକ୍ଷକ ଆଉ ବାପା ମଧ୍ୟ । ବାହାରେ ଦେଶର ଜନସାଧାରଣଙ୍କୁ ଓ ଘରେ ନିଜ ପରିବାରକୁ ସୁରକ୍ଷା ଦେବା ତାର ଧର୍ମ । ହେଲେ ସେ ଏଭଳି କୁକର୍ମ କରିଛି, ଯାହାର କ୍ଷମା ନାହିଁ । ଘଟଣା ଘଟିଛି କଟକ ସହର ବାଦାମବାଡ଼ି ଥାନା ଅଞ୍ଚଳରେ । ବାପା ଜଣକ ହେଉଛନ୍ତି ଜଣେ ବିଏସ୍‌ଏଫ୍‌ ଯବାନ୍‌ । ସୀମାରେ ଦେଶର ସୁରକ୍ଷା କରିବା, ଶ୍ରତୁ ସହ ଲଢ଼େଇ କରିବା ହେଉଛି ଦାୟିତ୍ୱ । ହେଲେ ନିଜ ଦାୟିତ୍ୱରୁ ଛୁଟି ନେଇ ଆସିଥିବା ଏହି ତଥାକଥିତ ବାପା ନିଜ ଝିଅ ସହ ଦୁଷ୍କର୍ମ କରିବାକୁ ପଛାଇ ନାହିଁ । ଘରେ ପତ୍ନୀ ନଥିବା ବେଳେ ନାବାଳିକା ଝିଅ ଯାହାର ବୟସ ୧୫ ବର୍ଷ, ତାର ଇଜ୍ଜତ ଲୁଟିଛି । ଘରେ ଝିଅର ରକ୍ଷକ ହେଉଛି ବାପା । ହେଲେ ସେହି ବାପା ଆଜି କଳା ବୋଳି ଦେଇଛି ନିଜ ରକ୍ତ ସମ୍ପର୍କରେ । ବାପା ନାଁକୁ କଳଙ୍କିତ କରିଛି ।
ଘଟଣା ଜଣାପଡ଼ିବା ପରେ ବାପା ନାଁରେ ଝିଅ କଟକ ମହିଳା ଥାନାରେ ମାମଲା ରୁଜୁ କରିଥିଲା । ଉଭୟଙ୍କ ଡାକ୍ତରୀ ପରୀକ୍ଷା ପରେ ପୋଲିସ୍‌ ପ୍ରମାଣ ପାଇଛି । ଏହା ସହିତ ଦୁଷ୍କର୍ମୀ ବାପାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଭଳି ପାପୀଙ୍କୁ କଠିନରୁ କଠିନ ଦଣ୍ଡ ଦେବାକୁ ଲୋକେ ଦାବି କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.