ବାପାର ମୃତ୍ୟୁ ଖବର ଶୁଣି ସହିପାରିଲାନି ଝିଅ, ଫାଶି ଲାଗଇ କଲା ଆତ୍ମହତ୍ୟା

କେନ୍ଦୁଝର (କେନ୍ୟୁଜ୍‌): କୋଭିଡ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ବାପାର ମୃତ୍ୟୁ ହୋଇଯାଇଛି। ବାପାର ଏହି ମୃତ୍ୟୁ ଖବର ପାଇ ମ୍ରିୟମାଣ ବିବାହିତା ଝିଅ ଆତ୍ମହତ୍ୟା କରିଛି।ଏପରି ଦୁଃଖଦ ଘଟଣା ଘଟିଛି ଆନନ୍ଦପୁର ପୋରାଞ୍ଚଳର ପଦ୍ମପୁର ଗାଁରେ।

ପଦ୍ମପୁରର ଜଣେ ବସ ମାଲିକ ଭାବେ ପରିଚିତ ବୀରକିଶୋର ସାହୁ କେନ୍ଦୁଝର କୋଭିଡ ମେଡିକାଲ ରେ ମୃତ୍ୟୁ ବରଣ କରିଛନ୍ତି ତେବେ ପରିବାର ଲୋକେ ସେଠାକୁ ଯାଇଥିବା ବେଳେ ଘରେ ଥିବା ବିବାହିତା ଝିଅ ବାପାର ମୃତ୍ୟୁ ଖବରକୁ ସହ୍ୟ କରିପାରିଲାନି। ଆଉ ଶେଷରେ ଚନ୍ଦନା ଆତ୍ମହତ୍ୟା କଲେ।

ବାପାଙ୍କ ମୃତ୍ୟୁ ପରେ ଦୁଃଖରେ ଚନ୍ଦନା ମାନସିକ ଭାରସାମ୍ୟ ହରାଇ ଏପରି କରିଥିବା କୁହାଯାଉଛି। ଆନନ୍ଦପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତଦେହକୁ ଉପଖଣ୍ଡ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇଛି।