ବଢିବ ତାପମାତ୍ରା କମିବ ଶୀତ: ଘନକୁହୁଡ଼ି ପାଇଁ ଆଜି ୧୧ଟି ଜିଲ୍ଲା ଓ ଆସନ୍ତାକାଲି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର(କେନ୍ଯୁଜ୍): ବଢିବ ଦିନର ତାପମାତ୍ରା। କମିବ ଶୀତ। ଆଗାମୀ ଦିନକ ପରେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ପାଇ ୩ରୁ ୪ଡିଗ୍ରୀ ବଢିବା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ରାଜ୍ୟରେ ପାଗ ବର୍ତ୍ତମାନ ଶୁଖିଲା ରହିଛି। ଜାରି ରହିଛି ଶୀତର ପ୍ରକୋପ। ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ କମ ରହିଛି।
ଆଗାମୀ ୨ ଦିନ ଯାଏ ପାଗ ଶୁଖିଲା ରହିବ। ୨ଦିନ ଯାଏ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ରହିଛି। ଘନକୁହୁଡ଼ି ପାଇଁ ଆଜି ୧୧ଟି ଜିଲ୍ଲା ଓ ୨୦ ତାରିଖ ପାଇଁ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୧ ଓ ୨୨ତାରିଖରେ ପାଗ ଶୁଖିଲା ରହିଲେ ମଧ୍ୟ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି।