ଡ଼େଲାଙ୍ଗ ଘୋରଡ଼ିଆର ଦୟଣାଚୋରି ମେଳଣ, ହିନ୍ଦୁ ମୁସଲମାନ ସମ୍ପ୍ରଦାୟ ମିଶି ପାଳନ କରିଥାନ୍ତି ଏହି ନିଆରା ପର୍ବ

ପିପିଲି(କେନ୍ୟୁଜ୍): କଳା, ସଂସ୍କୃତି ଓ ପରମ୍ପରାର ରାଜ୍ଯ ହେଉଛି ଓଡ଼ିଶା । ଏଠାରେ ଦେଖିବାକୁ ମିଳିଥାଏ ବାର ମାସରେ ତେର ପର୍ବ । କେବଳ ଯେ ଏହା ହିନ୍ଦୁମାନେ ପାଳନ କରିଥାନ୍ତି ତାହା ନୁହେଁ ମୁସଲମାନ ସମ୍ପ୍ରଦାୟ ମଧ୍ଯ ଏଥିରେ ସାମିଲ ହୋଇଥାନ୍ତି। ଏମିତି ଏକ ଭାଇଚାରାର ମେଳଣ ହେଉଛି ପୁରୀ ଜିଲ୍ଲା ଡ଼େଲାଙ୍ଗର ଘୋରଡ଼ିଆରେ ଅନୁଷ୍ଠିତ ଦୟଣା ଚୋରି ମେଳଣ ।

ପୁରୀ ଜିଲ୍ଲାର ଘୋଡରଡ଼ିଆ ଗ୍ରାମ ଆମ ରାଜ୍ଯ ଏକ ସର୍ବ ବୃହତମ ଗ୍ରାମ । ଏଠାରେ ଦେଖିବାକୁ ମିଳେ ଭାଇଚାରା । ହିନ୍ଦୁ ମୁସଲମାନ ଉଭୟ ସମ୍ପ୍ରଦାୟକ ଲୋକମାନେ ମିଶି ଏଠାରେ ବାସ କରିଥାନ୍ତି । ଉଭୟ ସମ୍ପ୍ରଦାୟର ଲୋକମାନେ ବିଭିନ୍ନ ଜାନିଯାତ୍ରା ପାଳନ କରୁଥିବାବେଳେ, ପ୍ରସିଦ୍ଧ ଦୟଣା ଚୋରୀ ମେଳଣ ଅନ୍ଯତ୍ତମ । ଏହି ମେଳଣକୁ ଖୁବ୍ ଆନନ୍ଦ ଉତ୍ସାହର ସହ ପାଳନ କରିଥାନ୍ତି। ଗ୍ରାମରେ ପୂଜାପାଉଥିବା ଦୁଇଟି ବିଷ୍ଣୁ ମନ୍ଦିରରେ ଥିବା ଠାକୁର ରାଧା ମୋହନ ଦେବ ଏବଂ ରାଧାକାନ୍ତ ଦେବଙ୍କୁ ଦୋଳ ବଦଳରେ କୁଂଜରେ ବସାଯାଇ ଗାଁ ପରିକ୍ରମା କରାଯାଇ ମେଲଣ ପଡ଼ିଆକୁ ଅଣାଯାଇଥାଏ । ପ୍ରାୟତଃ ୧୪ ଶହ ଖ୍ରଷ୍ଟାଦ୍ଦରୁ ଏହି ମେଳଣ ଚାଲି ଆସୁଥିବା କହିଛନ୍ତି ଗ୍ରାମବାସୀ  । ତେବେ ସୁବୁଠାରୁ ସତନ୍ତ୍ର ଭାବରେ ଏକ ପରମ୍ପରା ଦେଖିବାକୁ ମିଳିଥାଏ ତାହା ହେଉଛି ତଗା । ଏକ ଗୁଆ ଗଛରେ ଏହାକୁ ନିର୍ମାଣ କରାଯାଇଥାଏ । ଯାହା ଦେଖିବାକୁ ବେଶ ଭଲ ଲାଗିଥାଏ ।

taga

ପୁରୀର ସାହି ଜାତ ସହିତ ଏହି ମେଲଣ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ । ଗାଁର ପ୍ରତ୍ଯେକ ସାହିରୁ ଭାଡ଼ି ବା ମେଢ ବାହାରି ଥାଏ । ୧୨ ଗୋଟି ସାହିରୁ ଯେଉଁ ମେଢ ବାହାରିଥାଏ ସେଥିରେ ଶ୍ରୀରା, ହନୁମାନ ମହାପ୍ରଭୁ ଜଗନ୍ନାଥ, ଭଗବାନଙ୍କ ନୃସିଂହ ଅବତାର, ବଗ ବଗୁଲି, ଡ଼୍ରାଗାନ ଆଦିକୁ ନେଇ ଠାକୁରଙ୍କ ଆଗେ ଆଗେ ବିରାଟ ପଟୁଆରରେ ବାହାରି ଗ୍ରାମ ପରିକ୍ରମା କରିଥାଏ । ରାତି ତମାମ୍‌ ଏହି ମେଢ କୁଂଜ ସହିତ ଗ୍ରାମ ପରିକ୍ରମା କରିଥାଏ । ଡ଼ିଜେର ତାଳେ ତାଳେ ଯୁବ ପିଢି ଝୁମୁଥିବାବେଳେ ଘଂଟ ଘଂଟାରେ ବୟସ୍କମାନେ ଠାକୁରଙ୍କୁ ସାଥିରେ ନେଇଥାନ୍ତି । ତେବେ ଏହାକୁ ଦେଖିବାକୁ ଉଭୟ ହିନ୍ଦୁ ଏବଂ ମୁସଲମାନଙ୍କ ସମ୍ପର୍କୀୟ ମାନେ ସାମିଲ ହୋଇଥାନ୍ତି ।

ଭାରଚାରାର ପ୍ରତୀକ ଏହି ଦୟଣା ଚୋରି ମେଲଣ । ଉଭୟ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟ ଗୋଟିଏ ଡ଼ୋରିରେ ବାନ୍ଧି ହୋଇ ପ୍ରାମଣିତ କରିଛନ୍ତି ଆମ ଐତିହ୍ଯ , ଆମ ସଂସ୍କୃତି ସୁବଠୁ ମହାନ୍‌ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.