ବିଷାକ୍ତ ହୋଇଛି ଦୟାନଦୀ:  କଣାସରେ ଭୋଜି ଭାତ ସହ ଗାଧୁଆ ପାଧୁଆ ନ କରିବାକୁ ପରାମର୍ଶ

ପିପିଲି : ବିଶୋଧିତ ହେବ ଦୟାନଦୀ ଜଳ ।  ଦୟାନଦୀ ଆଦୌ ବ୍ୟବହାର ନ କରିବାକୁ ପରାମର୍ଶ ଦେଲେ ଜିଲ୍ଲାପାଳ । ପ୍ରଭାବିତ ଅଞ୍ଚଳରେ ମେଡିକାଲ ଟିମ ମୁତୟନ ଅଛନ୍ତି । ଜିରୋ ନିୟନ୍ତ୍ରଣ ପର୍ଯ୍ୟନ୍ତ ସ୍ଥିତି ଉପରେ କଡ଼ା ନଜର ରହିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ।  ଏଥିସହ  ସେ କହିଛନ୍ତି, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଟ୍ୟାଙ୍କର ମାତ୍ରା ବୃଦ୍ଧି କରାଯାଇଛି ।  ଘଟଣାସ୍ଥଳକୁ ଏଡ଼ିମିଏଓ  ଓ ଭେଷଜ ବିଶେଷଜ୍ଞ ଯାଇଛନ୍ତି ।

ଦୟାନଦୀ ଜଳ ପରୀକ୍ଷା ପରେ ସମ୍ପୂର୍ଣ୍ଣ ପ୍ରଦୂଷିତ ଓ ପାନୀୟ ଉପଯୋଗୀ ନୁହେଁ ଜଣାପଡିବା  ପରେ ଦୟାନଦୀ ଜଳ  ବ୍ୟବହାର ନ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।  କଣାସ ବ୍ଲକ ଗଡ଼ିଶାଗୋଦା ପଞ୍ଚାୟତ ନୂଆଗାଁ ଓ ଗୋପୀନାଥପୁର ପଞ୍ଚାୟତର ଜାଗୁଳାଇପଦର ଅଧିକ ପ୍ରଭାବିତ ହୋଇଛି ।  ଘଟଣାସ୍ଥଳରୁ ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି ନୂଆଗାଁ,ଜାଗୁଳାଇପଦର,ନଈ କୂଳପାଟଣା ଗାଁର ଘର ଘରକୁ ଯାଇ ତଥ୍ୟ ସଂଗ୍ରହ କରୁଛନ୍ତି ସ୍ୱାସ୍ଥ୍ୟ କର୍ମୀ, ଆଶା ଓ ଅଙ୍ଗନୱାଡି କର୍ମୀ ।

ଅନ୍ୟପଟେ ଗତ ୧୩ ତାରିଖରୁ ଝାଡ଼ାବାନ୍ତିରେ  ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୭୮ ଜଣ ଆକ୍ରାନ୍ତ ହୋଇଛନ୍ତି ।  ଅନ୍ୟପଟେ  ଛାଡ଼ାବାନ୍ତି ପାଇଁ ଗାଁରେ ବରଯାତ୍ରୀ ଭୋଜିଭାତ ବନ୍ଦ ରଖାଯାଇଛି ।  ନୂଆ ଦୋକନ୍ଦା ଗାଁରେ  ଏକ ବିବାହ ଉତ୍ସବ ଆୟୋଜନ କରାଯାଇଥିବା ବେଳେ ବରଯାତ୍ରୀଙ୍କ ପାଇଁ ଆୟୋଜନ କରାଯାଇଥିବା ଭୋଜିକୁ ବନ୍ଦ  କରାଯାଇଛି । ବ୍ୟାପୁଥିବା ଝାଡ଼ାବାନ୍ତିକୁ ଦୃଷ୍ଟିରେ ରଖି  ଖାଇବା ପିଇବା ଠାରୁ ଆରମ୍ଭ କରି ଗାଧୁଆ ପାଧୁଆ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ପାଇଁ ବାରଣ କରାଯାଇଛି ।  ଯେଉଁମାନେ ଭୋଜି କରିବେ ସେମାନଙ୍କ ଉପରେ ପଦକ୍ଷେପ ନେବା ପାଇଁ ବ୍ଲକ ପ୍ରଶାସନକୁ ଦାୟିତ୍ଵ ଦିଆଯାଇଛି  ।

 

Also Read  : କଣାସରେ ଅଣାୟତ ସ୍ଥିତି: ବ୍ୟାପୁଛି ଡାଇରିଆ, ୪୦ରୁ ଅଧିକ ଲୋକ ଆକ୍ରାନ୍ତ

You might also like