ସିମେଣ୍ଟ କାରଖାନା ଦୁର୍ଘଟଣା ଘଟଣା: ୪୦ ଘଣ୍ଟା ପରେ ୩ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ଡାଲମିଆ ସିମେଣ୍ଟ କାରଖାନାରେ କୋଇଲା ହପର ଭୁଶୁଡିବା ଘଟଣାରେ ୩ ମୃତଦେହ ଉଦ୍ଧାର । ୪୦ ଘଣ୍ଟା ପରେ ମିଳିଛି ମୃତଦେହ । ଏହି ଘଟଣାରେ ଶ୍ରମିକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ଧାରଣା ଦିଆଯାଇଛି । ଡାଲମିଆ ସିମେଣ୍ଟ ପ୍ଲାଣ୍ଟ ଗେଟ୍ ସମ୍ମୁଖରେ ସ୍ଥାନୀୟ ବାସିନ୍ଦାଙ୍କ ଧାରଣା ଦେଇଛନ୍ତି । ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ପରିବାରର ଜଣଙ୍କୁ ସ୍ଥାୟୀ ଚାକିରୀ ଦାବିରେ କାରଖାନା ସମ୍ମୁଖ ଗେଟ୍ ରେ ମୃତକଙ୍କ ପରିବାର ଧାରଣା ଜାରି ରଖିଛନ୍ତି ।

ସୂଚନା ଅନୁସାରେ ଗୁରୁବାର ରାତିରେ ଡାଲିମିଆ ସିମେଣ୍ଟ କାରଖାନାର ପାୱାର ପ୍ଲାଣ୍ଟର ବଏଲରକୁ କୋଇଲା ଯୋଗାଉଥିବା ୨ଟି ବଙ୍କର ଭୁଶୁଡ଼ି ପଡିବା ଫଳରେ ଅଘଟଣ ଘଟିଥିଲା । ୩ ଶ୍ରମିକ ନିଖୋଜ ଥିଲେ । ଏହି ଅଘଟଣରେ ନିଖୋଜ ଶ୍ରମିକମାନେ ହେଲେ ରଞ୍ଜିତ ଭୋଳ, ସୁଶାନ୍ତ ରାଉତ ଓ ଦଶରଥ ପାତ୍ର । ରଞ୍ଜିତ ଜଣେ ଫିଟର ଏବଂ ସେ ମଧୁସୂଦନ କଲୋନୀର ବାସିନ୍ଦା । ଦଶରଥ ପାତ୍ର ଆଇଟି କଲୋନୀରେ ରହୁଥିଲେ। ସୁଶାନ୍ତ ଜଣେ ବଏଲର ଅପରେଟର । ଦୁର୍ଘଟଣା ପରେ କାରଖାନାର ସମସ୍ତ ଷ୍ଟ୍ରକଚର ଯାଞ୍ଚ ପାଇଁ ଦାବି ହୋଇଛି ।

You might also like