ବ୍ରହ୍ମପୁର: ପୁଣି ଶବକୁ ମିଳିଲାନି ସମ୍ମାନ, ଟ୍ରଲିରେ ବୁହା ହେଲା ବୃଦ୍ଧାଙ୍କ ମୃତଦେହ

ବ୍ରହ୍ମପୁର : ପୁଣି ଶବକୁ ମିଳିଲାନି ସମ୍ମାନ। ଟ୍ରଲିରେ ବୁହା ହେଲା ବୃଦ୍ଧାଙ୍କ ମୃତଦେହ। ଟ୍ରଲିରେ ଶବବୁହାର ଭିଡିଓ ହୋଇଛି ଭାଇରାଲ। ଦୁଇଦିନ ତଳେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିଲା ଜଣେ ଯାଯାବର ବୃଦ୍ଧ ମହିଳା। ତାଙ୍କ ମୃତଦେହକୁ ଡାକ୍ତରଖାନାରୁ ଟ୍ରଲିରେ ବୁହା ହୋଇଛି। ବ୍ରହ୍ମପୁରରେ ଭିକ୍ଷା ବୃତ୍ତି କରୁଥିବା ବୃଦ୍ଧା ଜଣକ ଅସୁସ୍ଥ ହୋଇ ପଡ଼ିବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ମୃତ୍ୟୁ ହେବା ପରେ ମହାପ୍ରୟାଣ ଗାଡ଼ି ନମିଳିବାରୁ ଟ୍ରଲିରେ ମୃତଦେହ ବୁହାଯାଇଥିଲା। ପରେ ଗେଟ ବଜାର ନିକଟ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।