ମୋହନା: ଖଣ୍ଡିଆବଟ ଘାଟିରୁ ବାଇକ ସହ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ମୋହନା: ଗଜପତି ଜ଼ିଲ୍ଲା ରା.ଉଦୟଗିରି ଥାନା ଖଣ୍ଡିଆବଟ ଘାଟିରୁ ବାଇକ ସହ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତକ ପରିମଳ ଗ୍ରାମର ବାସୁଦେବ ସାହୁ। ଗତକାଲି ରାତିରେ ବାସୁଦେବ ଘରୁ ବାହାରି ଆଉ ଘରକୁ ଫେରିନଥିଲେ। ଆଜି ସ୍ଥାନୀୟ ଲୋକ ବାସୁଦେବଙ୍କ ବାଇକ ସହ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ପ୍ରାଥମିକ ତଦନ୍ତରୁ ପୋଲିସ ଏହା ଦୁର୍ଘଟଣା କହିଥିବା ବେଳେ, ପରିବାର ବର୍ଗ ହତ୍ୟା ଅଭିଯୋଗ ଆଣିଛନ୍ତି । ସାଇଣ୍ଟିଫିକ ଟିମ ସହାୟତାରେ ଏହାର ତଦନ୍ତ କରାଯିବ ବୋଲି ଥାନା ଅଧିକାରୀ ମମତା ନାୟକ ସୂଚନା ଦେଇଛନ୍ତି ।