ଭୁବନେଶ୍ୱର: ତିନି ମହଲା କୋଠା ରେଲିଂରେ ଝୁଲନ୍ତା ମୃତଦେହ ଠାବ, ଆତ୍ମହତ୍ୟା ସନ୍ଦେହ

ଭୁବନେଶ୍ୱର(କେ ନ୍ୟୁଜ): ରାଜଧାନୀ ଭୁବନେଶ୍ୱର ସ୍ଥିତ ହାଇପ୍ରୋଫାଇଲ ସହିଦ ନଗରରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।
ଅଂଚଳର ଏକ ତିନି ମହଲା ଆପାର୍ଟମେଣ୍ଟ ବାଲକୋନିର ବାହାର ପଟ ରେଲିଂଗରେ ଏକ ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଛି । ମୃତକ ଜଣଙ୍କ ପରିଚୟ ମିଳିଥିବା ବେଳେ ତାଙ୍କ ନାଁ ଯଜୁଲ୍ୟମାନ ନାଥ ବୋଲି ଜଣା ପଡିଛି ।

ତାଙ୍କ ବୟସ ୫୫ ବର୍ଷ ହେବ ବୋଲି ଜଣା ପଡିଥିବା ବେଳେ ତାଙ୍କ ଘର ପିପିଲି ଅଞ୍ଚଳରେ । ତାଙ୍କ ବେକରେ ଏକ ଗାମୁଛା ବନ୍ଧା ଯାଇଥିବା ବେଳେ ଘରର ପଛ ପାଖ ବାଲକୋନୀରେ ଝୁଲି ରହିଥିଲା ତାଙ୍କ ମୃତ ଶରୀର । ଏହି ଘଟଣାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିବା ବେଳେ ମୃତ୍ୟୁର କାରଣ ଏବେ ବି ଅସ୍ପଷ୍ଟ ରହିଛି ।

 

 

Leave A Reply

Your email address will not be published.