୧୧ ଘଣ୍ଟା ହେଲା ମେଡିକାଲରେ ପଡ଼ି ରହିଛି ମୃତଦେହ, ନେଉ ନାହାନ୍ତି ପରିବାର ଲୋକ

ଉଦଳା : ୧୧ ଘଣ୍ଟା ହେଲା ପଡିରହିଛି ମୃତଦେହ ।  ମୃତଦେହ ନେଉନାହାଁନ୍ତି ପରିବାରଲୋକ ।  ସ୍କୁଲ କର୍ତ୍ତୁପକ୍ଷଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରି ମୃତଦେହ ନେଉନାହାଁନ୍ତି ।  ଉଦଳା ଥାନା ଶାଳଖୁଣ୍ଟା ଏସଏସଡି ଆଶ୍ରମ ବିଦ୍ୟାଳୟ ହଷ୍ଟେଲରୁ ଗତକାଲି ଦ୍ଵିତୀୟ ଶ୍ରେଣୀ ଛାତ୍ରୀ କାନ୍ଦରୀ ମଢେଇର ମୃତଦେହ ଉଦ୍ଧାର ହୋଇଥିଲା।  ଏହାପରେ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାର ପ୍ରତିଶୃତି ଦେଇଥିଲା ପ୍ରଶାସନ ।

ହେଲେ ମୃତ ଛାତ୍ରୀଙ୍କ ପରିବାରଲୋକ ସିସିଟିଭି ଫୁଟେଜ ଦେଖି ଅସନ୍ତୋଷ ଜାହିର କରିଥିଲେ ।  ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ବଦଳି ଦାବି କରି ଜିଦରେ ଅଡ଼ି ବସିଛନ୍ତି ।  ଗତକାଲି ମଧ୍ୟାହ୍ନରେ ହଷ୍ଟେଲ ଛାତ୍ରୀମାନେ ଖାଇବା ପାଇଁ ଯିବା ସମୟରେ କାନ୍ଦରୀଙ୍କ ସାଙ୍ଗ ବାହାରକୁ ଆସିଥିଲେ ।

ଏହି ସମୟରେ ସେ ବିଦ୍ୟାଳୟ ପଛପଟୁ କାନ୍ଦରୀଙ୍କୁ ଦେଖି ମେଟ୍ରୋନ ଏବଂ ଅନ୍ୟ ମାନଙ୍କୁ ଜଣାଇଥିଲେ ।   କାନ୍ଦରୀଙ୍କୁ ଉଦ୍ଧାର କରି ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା ।  ମାତ୍ର ଡାକ୍ତର ମୃ୍ତ ଘୋଷଣା କରିଥିଲେ ।

Also read: କାର୍ଯ୍ୟରତ କନେଷ୍ଟବଳଙ୍କ ଆତ୍ମହତ୍ୟା, ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର