ଅର୍ଦ୍ଧ ନିର୍ମିତ ଅଙ୍ଗନବାଡି ଗୃହରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ବଳାତ୍କାର ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ପାଳଲହଡା : ଅର୍ଦ୍ଧ ନିର୍ମିତ ଅଙ୍ଗନବାଡି ଗୃହରୁ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଘଟଣା ଘଟିଛି ପାଳଲହଡା ଥାନା ଅଂଚଳରେ । ସୂଚନା ଅନୁଯାଇ, ଗତକାଲି  ପାଳଲହଡା ଥାନା ଅଂଚଳର ଜଣେ  ବିବାହିତ ମହିଳାଙ୍କୁ ଗ୍ରାମର ଦୁଇ ଯୁବକ ଅଜୁ ନାଏକ ଓ ଗଉ ମହାକୁଳ ସାନ୍ଧ୍ୟ ସମୟରେ ଘରୁ ଡାକି ନେଇଥିଲେ । ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମହିଳା ଘରକୁ ଫେରି ନଥିଲେ । ସକାଳେ ପରିବାର ଲୋକେ ଖୋଜାଖୋଜି କରିବା ପରେ ତାଙ୍କ ମୃତ ଦେହ ପାଇଥିଲେ । ପରେ ପାଳଲହଡା ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପାଳଲହଡା ପୋଲିସ ଘଟଣାର ତଦନ୍ତ ଚାଲିଛି । ଗଉ ମହାକୁଳ ନାମକ ବ୍ଯକ୍ତିଙ୍କୁ ପୋଲିସ ଅଟକ ରଖି ପଚରା ଉଚୁରା ଜାରି ରଖିଥିବାବେଳେ ଅଜୁ ନାଏକ ଫେରାର୍ ଅଛି ।