ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର, ବନବିଭାଗର ତଦନ୍ତ ଜାରି
ଅନୁଗୋଳ : ଦନ୍ତାର ଗୁଳିବିଦ୍ଧ ମୃତଦେହ ଉଦ୍ଧାର । ଅନୁଗୋଳ ଜିଲ୍ଲା ପୁରୁଣାଗଡ଼ ରେଞ୍ଜ ପକୁଣ୍ଡାଠାରେ ଏକ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର । ବନବିଭାଗର ତଦନ୍ତ ଜାରି। ହାତୀର ଦେହରେ ତିନୋଟି ଗୁଳି ବାଜିଥିବା ଅନୁମାନ କରାଯାଉଛି। ହାତୀଟିର ବୟସ ପାଖାପାଖି ୨୦ବର୍ଷ ଅନୁମାନ କରାଯାଇଛି । ଧାନ ଫସଲ ଖାଇବାକୁ ଆସିଥିବାବେଳେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ହାତୀଟିର ଶରୀରରେ ତିନିଟି ସ୍ଥାନରେ କ୍ଷତ ଦେଖିବାକୁ ମିଳିଥିବା ବେଳେ କେଉଁ କାରଣରୁ ତା’ର ମୃତ୍ୟୁ ଘଟିଛି, ସେ ନେଇ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହୋଇପାରିବ ବୋଲି ଅନୁଗୋଳ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।