ଶିମିଳିପାଳରେ ଅଭାବନୀୟ ଘଟଣା: ପାହାଡ଼ରୁ ଖସି ୩୦ ଫୁଟ ତଳେ ଗଛରେ ଲାଗିଛି ହାତୀର ମୃତଦେହ !

କରଞ୍ଜିଆ(କେନ୍ଯୁଜ୍): ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ହେଉଛି ହସ୍ତୀ ଓ ବ୍ୟାଘ୍ର ପ୍ରକଳ୍ପ । ଏସିଆର ଦ୍ୱିତୀୟ ଜୈବ ମଣ୍ଡଳ ଶିମିଳିପାଳରେ  ଏକ ଅଭାବନୀୟ ଘଟଣା ଘଟିଛି । ଏକ ହାତୀର ମୃତଦେହ ଠାବ କରାଯାଇଛି । ବାଘ ଗଣନା ପାଇଁ ଯାଇଥିବା ବନବିଭାଗ କର୍ମଚାରୀ ଏହି ମୃତ ହାତୀଟିକୁ ଦେଖିବାକୁ ପାଇଥିଲେ ।

ଉତ୍ତର ଶିମିଳିପାଳର ନଅଣା ରେଞ୍ଜର କୋର ଏରିଆରେ ହାତୀର ମୃତ୍ୟୁ ହେଇଛି । ପାହାଡ଼ରୁ ଖସି ୩୦ ଫୁଟ ତଳେ ଗଛରେ ଲାଗିଛି ହାତୀର ମୃତ ଦେହ । ପାହାଡ଼ରୁ ଖସି ହାତୀ ମୃତ୍ୟୁ ହେଇଥିବା ସନ୍ଦେହ କରୁଛି ବନଭିଭାଗ । ଆଜି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଏବଂ ଉତ୍ତର ଶିମିଳିପାଳ ଡେପୁଟି ଡ଼ାଇରେକ୍ଟରଙ୍କ ଉପସ୍ଥିତରେ ହାତୀ ଶବ ବ୍ୟବଚ୍ଛେଦ କରାଯିବ। ଏହି ହାତୀଟିର ବୟସ ପାଖାପାଖି ୪୦ ହେଇଥିବା ବେଳେ, ହାତୀଟି ମାଈ ହାତୀ ହୋଇଥିବା ବନଭିଭାଗ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.