ତାମିଲନାଡୁରେ ଜୀବନ ହାରିଥିବା ଦାଦନ ଶ୍ରମିକଙ୍କ ଫେରିଲା ଶବ, ଗାଁରେ ଶୋକର ଛାୟା

କଳାହାଣ୍ଡି(କେନ୍ୟୁଜ୍‌): କଳାହାଣ୍ଡି ଜିଲ୍ଲାର ଏକ ଦାଦନ ପ୍ରବଣ ବ୍ଲକ ଭାବରେ ପରିଚିତ ଲାଞ୍ଜିଗଡ଼ । ପେଟ ପାଟଣା ପାଇଁ ଏହି ବ୍ଲକରୁ ସହ ସହ ଲୋକେ ଦାଦନ ଯାଇଛନ୍ତି । ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ବେନଙ୍ଗା ପଞ୍ଚାୟତର ବାଲିଗୁଡା ଗାଁ ର ଘାସେ ମାଝୀ ତାମିଲନାଡୁ ରାଜ୍ୟର ତିରପୁର ଜିଲ୍ଲାର ଅଲଙ୍ଗିୟମ ଥାନା ଅଞ୍ଚଳର ଲଷ୍ମୀ କ୍ରସରରେ କାମ କରୁଥିଲେ । ସୂଚନା ମୁତାବକ ଗତ ମଙ୍ଗଳବାର ଦିନ ଘାସେ ସାଙ୍ଗମାନଙ୍କ ସହିତ ଏକ ବାଇକରେ ନିକଟସ୍ଥ ଧରପୁରମ ମାର୍କେଟ ଯାଉଥିବା ସମୟରେ ସାମନା ପଟୁ ଏକ କାର ଧକ୍କା ଦେଇଥିଲା।ଫଳରେ ବାଇକ୍‌ ରୁ ପଡିଯାଇ ଘଟଣାସ୍ଥଳରେ ଘାସେଙ୍କର ମୃତ୍ୟୁ ହୋଇଛି।

ମୃତ ଘାସେ ମାଝୀଙ୍କ ଶବ ଗାଁକୁ ଫେରିବା ପରେ ଏବେ ଗାଁ ରେ ଶୋକ ର ଛାୟା ଖେଳି ଯାଇଛି । ଶବ ଗାଁ କୁ ଫେରିବା ପରେ ଗାଁ ଲୋକେ ମିଶି ତାଙ୍କ ଶବ ସତ୍କାର କରିଛନ୍ତି । । ରୋଜଗାରକ୍ଷମ ପୁଅକୁ ହରାଇ ବାପା ମାଆ ଭାଙ୍ଗିପଡିଥିବା ବେଳେ ଅତି ଗରିବ ପରିବାର ହୋଇ ଥିବାରୁ ସରକାରୀ ସହାୟତା ଅପେକ୍ଷାରେ ମୃତକଙ୍କ ପରିବାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.