ସତ୍ୟନଗର ଓଭରବ୍ରିଜ୍‌ ତଳୁ ମିଳିଛି କାଳିଆର ମୃତଦେହ

ଭୁବନେଶ୍ୱର : ଗତକାଲି ସତ୍ୟନଗର ଓଭର ବ୍ରିଜି ନିକଟରେ ଟ୍ରେନ ଲାଇନ୍‌୍‌ରୁ ଜଣେ ଯୁବକର ମୃତଦେହ ଉଦ୍ଧାର କରାଯାଇଥିଲା । ଜିଆରପି ପୋଲିସ୍ ସୂଚନା ଅନୁସାରେ ମୃତ ଯୁବକଙ୍କ ନାମ କାଳିଆ ସ୍ୱାଇଁ। ଘର ଗଞ୍ଜାମ ଜିଲ୍ଲାର ଶେରଗଡ଼ରେ । ତେବେ ସେ ଭୁବନେଶ୍ୱର ଚିନ୍ତାମଣିଶ୍ୱର ପୋଖରୀ ପାଖ ବସ୍ତିରେ ରହୁଥିଲେ । ମୃତ ଯୁବକ ବିଭିନ୍ନ ସର୍ଭିସିଂ ସେଣ୍ଟରରେ ରହି ଗାଡ଼ି ଧୋଇବା କାମ କରୁଥିଲେ ।

ଗତକାଲି ସନ୍ଧ୍ୟା ସମୟରେ ସତ୍ୟ ନଗର ଓଭର ବ୍ରିଜି ନିକଟରେ ବୁଲୁଥିବାର ଦେଖା ଯାଇଥିଲା । ଆଉ ସେ ଟ୍ରେନ ଲାଇନ୍ ଉପରେ ଯାଇଥିବା ଇଲେଭେନ୍ କେଭି ତାରକୁ ଧରି ଓହଳି ପଡିଥିଲେ। ଫଳରେ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ବରଣ କରିଥିଲେ। ଘଟଣାଟି ସନ୍ଧ୍ୟା ୬.୩୦ ପାଖାପାଖି ଘଟିଥିଲା । ପୋଲିସ୍ ଖବର ପାଇବା ପରେ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲେ । ପରେ ପରିଚୟ ପାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

 

Leave A Reply

Your email address will not be published.