ନିଖୋଜ ବୃଦ୍ଧଙ୍କ ମୃତଦେହ ନଦୀ ଗର୍ଭରୁ ଉଦ୍ଧାର,ଚିହ୍ନଟ କଲେ ପରିବାର ଲୋକେ

ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ କୁଶେଇ ନଦୀର  ପଞ୍ଚୁପଲ୍ଲୀ ନଦୀ ଘାଟରୁ ଜଣେ ବୟସ୍କ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି ।  ନଦୀରେ ମୃତଦେହ ଭାସୁଥିବାଦେଖି ସ୍ଥାନୀୟ ଲୋକେ ଘଷିପୁରା ଅଗ୍ନିଶ୍ରମ ବିଭାଗ ଏବଂ ଘଷିପୁରା ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ  ପହଞ୍ଚି ମୃତଦେହକୁ ଉଦ୍ଧାର କରି ଘଷିପୁରା ପୋଲିସକୁ ହସ୍ତାନ୍ତର  କରାଯାଇଛି ।

ସୂଚନା ଅନୁଯାୟୀ ଘଷିପୁରା ଥାନା  ପୁସୁକୁରା ଗ୍ରାମର କୃଷ୍ଣଚନ୍ଦ୍ର ସାହୁ ନାମକ ବୃଦ୍ଧ ଦୁଇଦିନ ପୂର୍ବରୁ ନିଖୋଜ ହୋଇଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା ।  ମୃତକଙ୍କ ପରିବାର ଲୋକେ ମେଡ଼ିକାଲରେ ପହଞ୍ଚି ମୃତଦେହ କୁ ଚି଼ହ୍ନଟ କରିଛନ୍ତି ।

You might also like