ଯାଜପୁର : ପୋଖରୀରୁ ଦିବ୍ୟାଙ୍ଗଙ୍କ ମୃତ ଦେହ ଉଦ୍ଧାର

ଯାଜପୁର : ପୋଖରୀରୁ ଦିବ୍ୟାଙ୍ଗଙ୍କ ମୃତ ଦେହ ଉଦ୍ଧାର । ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ବଡଚଣାରେ । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସିହା ଗାଁର ଯୁଧିଷ୍ଠିର ସାହୁ । ସୂଚନା ଅସୁସାରେ ଗତକାଲି ରାତିରୁ ନିଖୋଜ ଥିଲେ ଯୁଧିଷ୍ଠିର । ଆଜି ସକାଳୁ ଯୁଧିଷ୍ଠିରଙ୍କ ମୃତଦେହ ସ୍ଥାନୀୟ ପୋଖରୀରେ ଭାସୁଥିବାର ଦେଖିଥିଲେ ଗ୍ରାମବାସୀ । ତେବେ ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବାରୁ ଯୁଧିଷ୍ଠିରଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଅନ୍ୟପଟେ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରିଛି ପୋଲିସ୍ ।