ପୁରୀର ଏକ ନାମିଦାମୀ ହୋଟେଲରେ ମହିଳା ପର୍ଯ୍ଯଟକଙ୍କ ମୃତଦେହ ଉଦ୍ଧାର

ପୁରୀ(କେନ୍ୟୁଜ୍): ପୁରୀର ଏକ ନାମିଦାମୀ ହୋଟେଲରେ ପର୍ଯ୍ଯଟକଙ୍କ ମୃତଦେହ ଉଦ୍ଧାର। ଏକ ରୁମରୁ ଜଣେ ଅଣଓଡ଼ିଆ ପର୍ଯ୍ଯଟକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ରଶି ଲଗାଇ ଆତ୍ମହତ୍ୟା କରିଥିବା ଶୁଣିବାକୁ ମିଳିଛି। ହୋଟେଲର ୧୧୧୧ନମ୍ବର ରୁମ୍ ରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ଆଜି ହୋଟେଲରେ ପିଡବ୍ଲୁଜେ ନାମକ ଏକ ଏନଜିଓର ୱେଟର ରିସୋର୍ସେସ ବୈଠକରେ ଯୋଗ ଦେବାର ଥିଲା କାର୍ଯ୍ୟକ୍ରମ ଥିଲା ଏହି ମହିଳା ପର୍ଯ୍ଯଟକଙ୍କର। ସୂଚନା ମୁତାବକ, ମହିଳାଙ୍କ ନାମ ଐଶ୍ୱର୍ଯ୍ଯା ସାହାନାବାଗ। ତାଙ୍କ ଘର ବାଙ୍ଗାଲୋର ଅଞ୍ଚଳରେ । ସେ ୱେଟର ରିସୋର୍ସେସକୁ ନେଇ ଏକ ଏନଜିଓ ପାଇଁ କାର୍ଯ୍ଯ କରନ୍ତି। ତେବେ ଗତକାଲି ସେ ସ୍ୱାମୀଙ୍କ ସହ ରାତିରେ କଥା ହୋଇଥିଲେ। ଉଭୟଙ୍କର ଫୋନରେ ଝଗଡା ହୋଇଥିଲା।

ତେବେ ଆଜି ସକାଳେ ବାରମ୍ବାର ତାଙ୍କ ଫୋନକୁ ତାଙ୍କ ସ୍ୱାମୀ ଫୋନ କରିଥିଲେ। ମାତ୍ର ଫୋନ୍ ରିଂ ହୋଇ କଟିଥିଲା। ସେ ହୋଟେଲକୁ ଅବଗତ କରିଥିଲେ। ହୋଟେଲ ପକ୍ଷରୁ ବାରମ୍ବାର ବେଲ୍ ମାରି ମଧ୍ୟ ନିରାଶ ହୋଇଥିଲେ କର୍ମଚାରୀ। ପରେ ଡୁପ୍ଲିକେଟ ଚାବିରେ ରୁମ୍ ଖୋଲିବା ପରେ ମହିଳା ରଶି ଲଗାଇଥିବା ଜଣାପଡିଥିଲା। ପୋଲିସକୁ ଏନେଇ ଖବର ଦେବା ପରେ ସମୁଦ୍ରକୁଳ ଥାନା ପୋଲିସ୍ ଘଟଣାର ଛାନବିନ କରୁଛି। ତାଙ୍କ ପରିବାରକୁ ଖବର ଦିଆଯାଇଛି। ସେମାନେ ପହଞ୍ଚିବା ପରେ ଶବ ବ୍ଯବଚ୍ଛେଦ କରାଯିବ ବୋଲି ପୋଲିସ ଆଇଆଇସି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.