ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ ଜଳକା ନଦୀର ବ୍ରିଜ ଉପରେ ଯୁବକଙ୍କ ମୃତ ଦେହ ଉଦ୍ଧାର । ରେଳ ଧାରଣା ଉପରେ ଜଣେ ଯୁବକର ମୃତ ଦେହ ପଡ଼ିଥିବା ଦେଖି କିଛି ସ୍ଥାନୀୟ ଲୋକ ରେଳବାଇ ପୋଲିସଙ୍କୁ ଖବର ଦେଇଥିଲେ ।
ଖବର ପାଇ ଗ୍ରାମର କିଛି ଲୋକ ଘଟଣା ସ୍ଥଳକୁ ଆସି ମୃତ ଯୁବକ ଜଣକ ବାହାର୍ଦା ପଞ୍ଚାୟତର ମେଳକ ଗ୍ରାମର ପ୍ରତାପ ନାୟକଙ୍କ 23 ବର୍ଷର ପୁତ୍ର ଦେବାଶିଷ ନାୟକ ବୋଲି ଚିହ୍ନି ପାରିଥିଲେ । ଘଟଣାସ୍ଥଳରେ ରେଳବାଇ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଥିବା ବେଳେ, ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି । ଖବର ପ୍ରଚାରିତ ହେବା ମାତ୍ରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।