ଜଙ୍ଗଲରେ କଲରାପତରପତରିଆ ବାଘର ମୃତ୍ୟୁ, କାରଣ ଅସ୍ପଷ୍ଟ

ବରଗଡ଼ : ଜଙ୍ଗଲରେ କଲରାପତରପତରିଆ ବାଘର ମୃତ୍ୟୁ । ବରଗଡ ଜିଲ୍ଲା ବାରପାହାଡ ଜଙ୍ଗଲରୁ ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି ।  ବାଘ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଅଜଣା ଗାଡି ଧକ୍କାରେ ବାଘର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ପ୍ରାପ୍ତ ସୂଚନାନୁସାରେ ବାରପାହାଡ଼ ଜଙ୍ଗଲ ଅନ୍ତର୍ଗତ ଅମ୍ବାଭୋନା ବ୍ଲକ୍‌ ମୁଣ୍ଡକଟି ରାସ୍ତାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଏକ ବାଘର ମୃତଦେହ ପଡ଼ିଥିବା ଲୋକେ ଦେଖିଥିଲେ ।

ସୂଚନାଯୋଗ୍ୟ, ବାରପାହାଡ଼ ଜଙ୍ଗଲରେ ବନ୍ୟପ୍ରାଣୀ ଚଳପ୍ରଚଳ କରୁଛନ୍ତି । କିନ୍ତୁ ସୁରକ୍ଷା ଅଭାବରୁ ଅନେକ ସମୟରେ ଶିକାରିମାନଙ୍କ ଦ୍ବାରା ହେଉ କିମ୍ବା ଅନ୍ୟାନ୍ୟ କାରଣରୁ ବନ୍ୟପ୍ରାଣୀଙ୍କ ଜୀବନ ହାନୀ ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଖବର ପାଇ ବନ ବିଭାଗର ଏକ ଟିମ ଘଟଣାସ୍ଥଳକୁ ପହଞ୍ଚିଥିବା ସୂଚନା ମିଳିଛି ।