ଘରୁ ସାଙ୍ଗମାନଙ୍କ ସହ ଭୋଜି କରିବାକୁ କହି ବାହାରିଥିଲେ, ହେଲେ ରାଜ୍ୟ ରାଜପଥ ବ୍ରିଜ୍ ତଳୁ ମିଳିଲା ମୃତଦେହ

ରାଉରକେଲା(କେନ୍ୟୁଜ୍): ବ୍ରିଜ୍ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର। ରାଉରକେଲା ନିକଟ ମାଣ୍ଡିଆକୁଦାର ନିକଟ ୧୦ ନମ୍ବର ରାଜ୍ୟ ରାଜପଥର ବ୍ରିଜ ତଳୁ ଜଣେ ଯୁବକଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି। ମୃତକ ରାଜଗାଙ୍ଗପୁର ରିତୁ ବାରୁଆ ବୋଲି ଜଣାପଡ଼ିଛି। ଓଭର ବ୍ରିଜ୍ ତଳେ ଥିବା ଏକ କଲଭର୍ଟ ନିକଟ ପାଣିରେ ରିତଙ୍କ ଶବ ସହିତ ନିକଟରେ ତାଙ୍କ ବାଇକ ମଧ୍ୟ ପଡିଥିଲା।

ସୂଚନା ପାଇ ରାଜପଥ ପେଟ୍ରୋଲିଂ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କାଂଶବାହାଲ ଫାଣ୍ଡିକୁ ଖବର ଦେଇଥିଲେ। ରିତୁର ପରିବାର ଲୋକେ ହତ୍ୟା ସନ୍ଦେହ କରୁଥିବା ବେଳେ ପୋଲିସ୍ ଅନୁସନ୍ଧାନ ଜାରି ରହିଛି। ଗତକାଲି ସନ୍ଧ୍ୟାରେ ରିତୁ କେତେ ଜଣ ସାଙ୍ଗଙ୍କ ସହ ଘରୁ ଭୋଜି କରିବାକୁ ବାହାରିଥିଲେ ବୋଲି ପରିବାର ଲୋକ କହିଛନ୍ତି। ରାଜଗାଙ୍ଗପୁର ପୋଲିସ୍ ଏବେ ବିଭିନ୍ନ ଦିଗକୁ ନେଇ ଘଟଣାର ତଦନ୍ତ କରୁଛନ୍ତି ।