ହାତରେ ସାଲାଇନ ଲାଗିଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ମୃତ ଯୁବକ ଜଣକ ହେଉଛନ୍ତି ବରଗଡ଼ ଜିଲ୍ଲାର ଅତାବିରା ଥାନା ଲାଦେରପାଲି ଗ୍ରାମର ବିବେକ ଗଡ଼ତିଆ। ଯୁବକ ଜଣକ ବୁର୍ଲା ସହରର ଏକ ନର୍ସିଂହୋମ ରେ ଟେକ୍ନିସିଆନ ଭାବରେ କାର୍ଯ୍ୟ କରୁଥିବା ଜଣାପଡିଛି।

ସମ୍ବଲପୁର (କେନ୍ୟୁଜ): ବୁର୍ଲା ଫାଇରିଂ ରେଞ୍ଜ ନିକଟରୁ ଯୁବକର ମୃତଦେହ ଉଦ୍ଧାର। ହାତରେ ସାଲାଇନ ଲାଗିଥିବା ଅବସ୍ଥାରେ ମୃତଦେହ ଠାବ କରିଛି ବୁର୍ଲା ପୋଲିସ। ମୃତ ଯୁବକ ଜଣକ ହେଉଛନ୍ତି ବରଗଡ଼ ଜିଲ୍ଲାର ଅତାବିରା ଥାନା ଲାଦେରପାଲି ଗ୍ରାମର ବିବେକ ଗଡ଼ତିଆ। ଯୁବକ ଜଣକ ବୁର୍ଲା ସହରର ଏକ ନର୍ସିଂହୋମ ରେ ଟେକ୍ନିସିଆନ ଭାବରେ କାର୍ଯ୍ୟ କରୁଥିବା ଜଣାପଡିଛି।
ଘଟଣା ସ୍ଥଳରେ ବିଭିନ୍ନ ପ୍ରକାର ଇଂଜେକସନ ପଡିଥିବା ଦେଖିବାକୁ ମିଳିଛି। ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ଭାବରେ ଜଣାପଡିନାହିଁ। ଘଟଣା ସ୍ଥଳରେ ପୋଲିସ ତଦନ୍ତ ଜାରି ରହିଛି। ସେପଟେ ବିବେକ ତାଙ୍କ ପରିବାର ସହ ଝଗଡା କରି ଘରୁ ଚାଲି ଯାଇ ଆଉ ଫେରିନଥିଲେ l ତେବେ ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି।