ମାଟି ତଳୁ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ଭାଇ
କଟକ: ମାଟି ତଳୁ ମୃତଦେହ ଉଦ୍ଧାର । କଟକ ବାରଙ୍ଗ ଥାନା ରତାଗଡ଼ରୁ ମୃତଦେହ ଉଦ୍ଧାର କଲା ପୋଲିସ । ମୃତକ ରଜନୀକାନ୍ତ ବେହେରା । ତାଙ୍କ ଘର ଅନ୍ଧାରୁଆ ପଥରଗାଡ଼ିଆରେ । ମୃତକ ଜଣକ ରତାଗଡ଼ରେ ନିଜ ସଡୁ ଘରେ ରହୁଥିଲେ । ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଥିବା ତାଙ୍କ ସଡୁ କହିଛନ୍ତି । କିନ୍ତୁ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତକଙ୍କ ଭାଇ । ତାଙ୍କ ପତ୍ନୀ ଓ ସଡୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।