କୋଡିଏ ଘଣ୍ଟା ପରେ ପୋଖରୀରୁ ମିଳିଲା ମୃତ ଦେହ

ବ୍ରହ୍ମପୁର : କୋଡିଏ ଘଣ୍ଟା ପରେ ପୋଖରୀରୁ ମିଳିଲା ମୃତ ଦେହ l ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଗଡ଼ଗୋବିନ୍ଦପୁର ଗାଁରେ l ଗାଁର ବଳରାମ ପ୍ରଧାନ ନାମକ ଜଣେ ବ୍ୟକ୍ତି ବିଲ କାମ ସାରି ଗାଁ ନିକଟରେ ଥିବା ବଡ଼ ବନ୍ଧରେ ଗତକାଲି ଅପରାହ୍ନରେ ବାସନ ସଫା କରୁଥିବା ବେଳେ ଟିଫିନ ବକ୍ସର ଉପର ଖାପଟି ପୋଖରୀ ଭିତରକୁ ପଡିଯାଇଥିଲା l
ତାକୁ ଆଣିବାକୁ ଯାଇ ଗଭୀର ଜଳରେ ବୁଡ଼ିଯାଇଥିଲେ l ଏହାପରେ ଚିକିଟି ଦମକଳ ବାହିନୀକୁ ଖବର ଦିଆଯାଇଥିଲା l ରାତି ପର୍ଯ୍ୟନ୍ତ ଚିକିଟି ଦମକଳ ବାହିନୀ ଖୋଜି ଶବ ପାଇ ନଥିବା ବେଳେ ଆଜି ସକାଳୁ ଚିକିଟି ଏବଂ ଦିଗପହଣ୍ଡି ଦମକଳ ବାହିନୀ ପହଞ୍ଚି ନଅ ଘଣ୍ଟା ଧରି ଖୋଜିବା ପରେ ମିଳିଥିଲା ମୃତ ଦେହ l 12 ଜଣ କର୍ମଚାରୀ ଏବଂ ଦୁଇ ଜଣ ସୁବା ଡ୍ରାଇଭ ସହାୟତାରେ ମୃତ ଦେହକୁ ଉଦ୍ଧାର କରାଯାଇଥିଲା l ଗରିବ ପରିବାର ହେତୁ ସରକାର ସହାୟତା ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି ଗ୍ରାମବାସୀ l