ଗାଁ ମୁଣ୍ଡ କୂଅରୁ ମିଳିଲା ମୃତଦେହ; ହତ୍ୟା, ଆତ୍ମହତ୍ୟା ନା ଦୁର୍ଘଟଣା ତଦନ୍ତ କରୁଛି ପୋଲିସ୍‌

ଉଦଳା (କେ ନ୍ୟୁଜ୍‌): ବିଲ ଭିତରେ ଥିବା ଏକ କୂଅରୁ ଉଦ୍ଧାର ହେଲା ମୃତଦେହ । ତେବେ ମୃତ୍ୟୁ କିଭଳି ହୋଇଛି ସେକଥା ସ୍ପଷ୍ଟ ହୋଇନି । ପୋଲିସ୍‌ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

ମୟୁରଭଞ୍ଜ ଜିଲ୍ଲା ଶରତ ଥାନା କଟୁରିଆ ହାଟସାହି ଗାଁରେ ଏହି ଘଟଣା ଘଟିଛି। ଏକ ବିଲ ମଧ୍ୟରେ ଥିବା କୂଅରୁ ସଂପୃକ୍ତ ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖି ଲୋକେ ପୋଲିସ୍‌କୁ ଖବର ଦେଇଥିଲେ । ମୃତ ବ୍ୟକ୍ତି ଜଣକ ସ୍ଥାନୀୟ ଗ୍ରାମର ସାଲଖୁ ମୁର୍ମୁ ବୋଲି ଜଣାପଡ଼ିଛି। ଆଜି ସକାଳେ ସ୍ଥାନୀୟ ଲୋକେ ସେହି ରାସ୍ତା ଦେଇ ଯାଉଥିବା ବେଳେ କୂଅରେ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ପରେ ଏ ନେଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ କୂଅରୁ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ ସାଲଖୁ ଗତ ୫ ତାରିଖ ଠାରୁ ନିଖୋଜ ଥିବା ବେଳେ ଆଜି ତାଙ୍କର ମୃତଦେହ ମିଳିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏହା ଏକ ଦୁର୍ଘଟଣା ନା ଆତ୍ମହତ୍ୟା କିମ୍ବା କେହି ତାଙ୍କୁ ହତ୍ୟା କରି କୂଅରେ ଫୋପାଡି ଦେଇଛି ତାହା ଏବେ ବି ସନ୍ଦେହ ଘେରରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.