ବଲାଙ୍ଗିର ମ୍ୟୁନିସିପାଲଟି କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ ନେଇ ପୋଲିସ କରୁଛି ତଦନ୍ତ

ବଲାଙ୍ଗିର(କେନ୍ୟୁଜ୍):  କାଲି ନିଖୋଜ ଥିଲେ ଯୁବତୀ, ଆଜି ମିଳିଲା ମୃତଦେହ । ବଲାଙ୍ଗିର ମ୍ୟୁନିସିପାଲଟି କର୍ମଚାରୀ ଅଷ୍ଟାମୀ ବକୁଳଙ୍କ ମୃତଦେହ ଉଦ୍ଧାର । ବିଜାଖମନ ସ୍ଥିତ ୱେଷ୍ଟ ମ୍ୟାନେଜମେଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ବଲାଙ୍ଗିର ଟାଉନ୍‌ ଥାନା ପୋଲିସ ଓ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଅଷ୍ଟାମୀ ଗତକାଲି ସନ୍ଧ୍ୟାରେ ପ୍ଲାଣ୍ଟରୁ ଘରକୁ ବାହାରି ନିଖୋଜ ହୋଇଯାଇଥିଲେ । ଆଜି ଟ୍ରିଟମେଣ୍ଟ ପ୍ଲାଣ୍ଟ ନିକଟରୁ ତାଙ୍କ ମୃତଦେହ ମିଳିଥିଲା । ତାଙ୍କ ମୁଣ୍ଡ ଏବଂ ଶରୀରର କିଛି ସ୍ଥାନରେ କ୍ଷତ ଚିହ୍ନ ରହିଛି । ତେବେ କେଉଁ କାରଣରୁ ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଛନ୍ତି ସ୍ପଷ୍ଟ ହୋଇନଥିବା ବେଳେ ସାଇଣ୍ଟିଫିକ୍‌ ଓ ଟେକ୍ନିକାଲ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.